ଖଣି ଅଞ୍ଚଳରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର : ହତ୍ୟା କରି ମୃତଦେହ ଫିଙ୍ଗିଥିଲା ପୁରୁଷ ବନ୍ଧୁ

ଗତ ଜାନୁଆରି ୨୪ ତାରିଖରେ ନିଖୋଜ ହୋଇଯାଇଥିଲେ ଯୁବତୀ । ଏନେଇ ଭୁବନେଶ୍ୱର ଭରତପୁର ଥାନାରେ ଜାନୁଆରି ୨୫ ତାରିଖରେ ଏତଲା ଦେଇଥିଲେ ପରିବାର ଲୋକ ।

boyfriend

boyfriend Photograph: (KanakNews)

କନକ ବ୍ୟୁରୋ : ଖୋର୍ଦ୍ଧା ନିକଟ ତାପଙ୍ଗ କଳିଙ୍ଗା ଖଣି ଅଞ୍ଚଳରୁ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର । ପୁରୁଷ ବନ୍ଧୁଙ୍କ ସୂଚନା ଆଧାରରେ ଗଳିତ ମୃତଦେହ ଉଦ୍ଧାର କରିଛି କମିସନରେଟ ପୁଲିସ । ଗତ ଜାନୁଆରି ୨୪ ତାରିଖରେ ନିଖୋଜ ହୋଇଯାଇଥିଲେ ଯୁବତୀ । ଏନେଇ ଭୁବନେଶ୍ୱର ଭରତପୁର ଥାନାରେ ଜାନୁଆରି ୨୫ ତାରିଖରେ ଏତଲା ଦେଇଥିଲେ ପରିବାର ଲୋକ । ପୁଲିସ ଯାଞ୍ଚରୁ ଯୁବତୀଙ୍କ ନିଖୋଜ ପଛରେ ପୁରୁଷ ବନ୍ଧୁ ଦେବାଶିଷଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା । ପୁରୁଷ ବନ୍ଧୁ ଦେବାଶିଷକୁ ଉଠାଇ ଆଣି ପଚରାଉଚରା କରିଥିଲା ପୁଲିସ । ଆଉ ଜେରାରେ ସତ ଓଗାରିଥିଲା ଅଭିଯୁକ୍ତ । ଜାନୁଆରି ୨୪ ତାରିଖରେ କଳିଙ୍ଗା ଖଣି ଅଞ୍ଚଳରେ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ଏହାପରେ ଯୁବତୀଙ୍କ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ନେଇ ମୃତଦେହ ଚିହ୍ନଟ କରିଥିଲା କମିସନରେଟ ପୁଲିସ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe