କନକ ବ୍ୟୁରୋ : ଖୋର୍ଦ୍ଧା ନିକଟ ତାପଙ୍ଗ କଳିଙ୍ଗା ଖଣି ଅଞ୍ଚଳରୁ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର । ପୁରୁଷ ବନ୍ଧୁଙ୍କ ସୂଚନା ଆଧାରରେ ଗଳିତ ମୃତଦେହ ଉଦ୍ଧାର କରିଛି କମିସନରେଟ ପୁଲିସ । ଗତ ଜାନୁଆରି ୨୪ ତାରିଖରେ ନିଖୋଜ ହୋଇଯାଇଥିଲେ ଯୁବତୀ । ଏନେଇ ଭୁବନେଶ୍ୱର ଭରତପୁର ଥାନାରେ ଜାନୁଆରି ୨୫ ତାରିଖରେ ଏତଲା ଦେଇଥିଲେ ପରିବାର ଲୋକ । ପୁଲିସ ଯାଞ୍ଚରୁ ଯୁବତୀଙ୍କ ନିଖୋଜ ପଛରେ ପୁରୁଷ ବନ୍ଧୁ ଦେବାଶିଷଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା । ପୁରୁଷ ବନ୍ଧୁ ଦେବାଶିଷକୁ ଉଠାଇ ଆଣି ପଚରାଉଚରା କରିଥିଲା ପୁଲିସ । ଆଉ ଜେରାରେ ସତ ଓଗାରିଥିଲା ଅଭିଯୁକ୍ତ । ଜାନୁଆରି ୨୪ ତାରିଖରେ କଳିଙ୍ଗା ଖଣି ଅଞ୍ଚଳରେ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ଏହାପରେ ଯୁବତୀଙ୍କ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ନେଇ ମୃତଦେହ ଚିହ୍ନଟ କରିଥିଲା କମିସନରେଟ ପୁଲିସ ।