କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି । ରବି ଫସଲ ପାଇଁ ଏମଏସପି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବା ପରେ ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଫଳରେ ଗହମ ଏବେ କ୍ୱିଣ୍ଟାଲ ପିଛା ୨ ହଜାର ୨୭୫ ଟଙ୍କା ହୋଇଛି । ଅନ୍ୟପଟେ ସୋରିଷର ଏମଏସପି କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି ହୋଇ ଏବେ ୫ ହଜାର ୯୫୦ ଟଙ୍କା ହୋଇଛି । ମୁଗ ଡାଲିର ଏମଏସପି କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା କେନ୍ଦ୍ର ସରକାର ବୃଦ୍ଧି ଘୋଷଣା କରିଛନ୍ତି । ଫଳରେ ଡାଲି ଜାତୀୟ ଶସ୍ୟର କ୍ୱିଣ୍ଟାଲ ପିଛା ଦର ୫ ହଜାର ୬୫୦ ଟଙ୍କା ହୋଇଛି । ରବି ଋତୁରେ ଚାଷୀଙ୍କୁ ଫସଲର ଉଚିତ ମୂଲ୍ୟ ଯୋଗାଇବା ସହ ଚାଷୀଙ୍କ ହାତକୁ ନଗଦ ଟଙ୍କା ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି । ବଢିଲା ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ
ଦୀପାବଳି ପୂର୍ବରୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି । ରବି ଫସଲ ପାଇଁ ଏମଏସପି ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବା ପରେ ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
/kanak/media/media_files/2024/10/16/Mo5ndZkCUxhAqi2wMaB7.jpg)