ବର୍ତ୍ତି ପାରିବେନି ଖଣି ମାଫିଆ, ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ

Advertisment

ସୁନ୍ଦରଗଡ଼ ଖଣି ଚୋରିକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ବର୍ତ୍ତିପାରିବେନି ଖଣି ମାଫିଆ ଓ ତାଙ୍କୁ ପ୍ରଶୟ ଦେଉଥିବା ବ୍ୟକ୍ତି । ପୁଙ୍ଖାନୁପୁଙ୍ଖ ଭାବେ ହେବ ମାମଲାର ତଦନ୍ତ । ଆବଶ୍ୟକ ହେଲେ ଏସଆଇଟିକୁ କରାଯିବ ଆହୁରି ମଜଭୁତ ।

ସୁନ୍ଦରଗଡ଼ ଖଣି ଚୋରିକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ବର୍ତ୍ତିପାରିବେନି ଖଣି ମାଫିଆ ଓ ତାଙ୍କୁ ପ୍ରଶୟ ଦେଉଥିବା ବ୍ୟକ୍ତି । ପୁଙ୍ଖାନୁପୁଙ୍ଖ ଭାବେ ହେବ ମାମଲାର ତଦନ୍ତ । ଆବଶ୍ୟକ ହେଲେ ଏସଆଇଟିକୁ କରାଯିବ ଆହୁରି ମଜଭୁତ ।

Mines Pujari

କନକ ବ୍ୟୁରୋ: ଯାହା ଛତ୍ରଛାୟା ତଳେ ଖଣି ଦୁର୍ନୀତି ଚାଲୁଥିଲା, ସେମାନେ ବର୍ତ୍ତି ପାରିବେ ନାହିଁ । ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କେବଳ ଲୁଟ୍‌ କରୁଥିବା ମାଫିଆ ନୁହଁ, ବରଂ ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏସ୍‌ଆଇଟି ଏହାର ତଦନ୍ତ କରୁଛି । ଆବଶ୍ୟକ ପଡ଼ିଲେ ଏସ୍‌ଆଇଟିକୁ ଆହୁରି ମଜଭୁତ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । 

'ବର୍ତ୍ତିପାରିବେନି ଖଣି ମାଫିଆ' 
ଦ୍ବିତୀୟ ଦିନରେ ଖଣି ଦୁର୍ନୀତିକୁନେଇ ହସ୍ତଗତ ଦସ୍ତାବିଜ ଘାଣ୍ଟୁଛି ଏସ୍‌ଆଇଟି । କଟକ ଅଫିସ୍‌ରେ ତନାଘନା ଚାଲିଛି  । ଏହାପରେ ଗ୍ରାଉଣ୍ଡକୁ ଯିବ ତଦନ୍ତକାରୀ ଦଳ । ଗତ ଏପ୍ରିଲ୍‌ ୧୮ ତାରିଖରେ ତଦନ୍ତ କରିଥିଲେ ମନ୍ତ୍ରୀ । ଏହାପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି…

  • ଜିଲ୍ଲାପାଳଙ୍କ ରିପୋର୍ଟରେ ଅଛି କ’ଣ ?
  • କି ଗୁପ୍ତ ତଥ୍ୟ ଦେଇଛନ୍ତି ସୁନ୍ଦରଗଡ଼ ଏସ୍‌ପି ?
  • କାହାକୁ ଖୋଲା ଛୁଟ୍‌ ଦେଇଥିଲା କି ବନବିଭାଗ ?
  • ଗ୍ରାଉଣ୍ଡ୍‌ ତଦନ୍ତକୁ କେବେ ଯିବ ଏସ୍‌ଆଇଟି ?
  • ତଦନ୍ତ ଆଳରେ ଦିନ ଗଡ଼ାଉଛି କି ଭିଜିଲାନ୍ସ ?
  • ପ୍ରମାଣ ନଷ୍ଟ ପାଇଁ ଦିଆଯାଉଛି କି ସମୟ ?
  • ଦସ୍ତାବିଜରେ ଲୁଚିଛି କି ଦୁର୍ନୀତିର ମୂଳ ?

ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ କରୁଛ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଥିଲେ । ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ ଏସ୍‌ଆଇଟି ଗଠନ କରାଯାଇଛି । କନକ ନ୍ୟୁଜ ଲଗାତାର ଦେଢ଼ମାସ ଧରି ସୁନ୍ଦରଗଡ଼ ଖଣି ଚୋରିର ପର୍ଦ୍ଦାଫାସ କରିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣି ଚୋରି ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ଶହେରୁ ଅଧିକ ଖଣିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । ଏହି ଖଣିଗୁଡ଼ିକ ଗୋପାଳପୁର ରତ୍ନସୋରା ଏବଂ ଭୋଗରାକଚର ଗାଁରେ ଅଛି । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଯେଉଁଠାରୁ ବେଆଇନ ମାଙ୍ଗାନିଜ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି । ପଟାବେଡା, ମାଲଦା, କୋଲମଙ୍ଗ, ସାନପୁଟୁଳି ଓ ରୁସିବେଣୁଆ ଗାଁରେ ହଜାର ହଜାର ମେଟ୍ରିକ ଟନରୁ ଅଧିକ ମାଙ୍ଗାନିଜ ଓର୍‍ ଏବଂ ଆଇରନ ଓର୍‍ ବେଆଇନ ଭାବେ ଉତ୍ତୋଳନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe