କୋଟିକୋଟି ଟଙ୍କାର କଳାହୀରା ଚୋରି: ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ଖଣିମନ୍ତ୍ରୀ ଚୁପ୍

Advertisment

ସୁନ୍ଦରଗଡ଼ ତେଲେନଡିହି ଜଙ୍ଗଲରେ ଚାଲିଥିଲା କଳାହୀରା ମାଫିଆଙ୍କ ରାଜ୍ । ୨ ଦିନର ଚଢ଼ାଉରେ ଜବତ ହେଲାଣି ୧୫୦ ଟନ୍ କୋଇଲା । ସେପଟେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ ।

ସୁନ୍ଦରଗଡ଼ ତେଲେନଡିହି ଜଙ୍ଗଲରେ ଚାଲିଥିଲା କଳାହୀରା ମାଫିଆଙ୍କ ରାଜ୍ । ୨ ଦିନର ଚଢ଼ାଉରେ ଜବତ ହେଲାଣି ୧୫୦ ଟନ୍ କୋଇଲା । ସେପଟେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ ।

51-Mines

କନକ ବ୍ୟୁରୋ: ସୁନ୍ଦରଗଡ ତେଲେନଡିହି ଜଙ୍ଗଲରୁ ବେଧଡ଼କ ଭାବେ କୋଇଲା ଲୁଟି ଚାଲିଥିଲେ ମାଫିଆ । କନକ ନ୍ୟୁଜରେ ଖବର ପ୍ରସାରଣ ତନାଘନା ଆରମ୍ଭ କରିଛି ପ୍ରଶାସନ । ଏହାରି ଭିତରେ କୋଇଲା ଚୋରି ପ୍ରସଙ୍ଗ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି । ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏହି ଖଣି ଚୋରିରେ ବଡ଼ବଡ଼ ମାଫିଆ, ବରିଷ୍ଠ ରାଜନେତା ଓ ସରକାରୀ ବାବୁ ସାମିଲ ଥିବା ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି କୁସୁମ ।  

କୋଟି କୋଟି ଟଙ୍କାର କୋଇଲା ଲୁଟକୁ ନେଇ ସାରାରାଜ୍ୟରେ ହଲଚଲ ହେବା ପରେ ଆକ୍ସନ ମୋଡ୍‌ରେ ଆସିଛି ସୁନ୍ଦରଗଡ଼ ପ୍ରଶାସନ । ଖଣି ବିଭାଗ ଓ ରାଜସ୍ବ ବିଭାଗର ୨ଦିନର ଚଢ଼ାଉରେ, ୧୫୦ ଶହ ଟନ୍ ଚୋରା ଗଚ୍ଛିତ କୋଇଲା ଜବତ ହୋଇଛି । ବଡ କଥା ହେଉଛି, ମାତ୍ର ୨୦ରୁ ୨୫ଟି ଖଣିରୁ ଉଦ୍ଧାର ହୋଇଛି ୧୫୦ ଟନ୍ କୋଇଲା । ଅନ୍ୟପଟେ ଯେତେ ବଡ଼ ମାଫିଆ ହେଲେ ବି ଖସି ପାରିବେନି ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । 
 
କଳାହୀରା କଳା ସାମ୍ରାଜ୍ୟ ଧରାପଡିବା ପରେ ଏବେ ସାମିଲ ଥିବା ନେତା ଓ ବାବୁଙ୍କ ଭିତରେ ଛନକା ପଶିଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏତେ ବଡ କେଳେଙ୍କାରୀ ହୋଇଥିଲେ ବି ଚୁପ୍ ବସିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ଖଣି ଚୋରି ଧରାପଡ଼ିବାକୁ ଏହା ଭିତରେ ତିନି ଦିନ ବିତିଥିଲେ ବି ମନ୍ତ୍ରୀ କିଛି ନକହିବା ଭିନ୍ନ ଦିଗକୁ ଇଙ୍ଗିତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe