ଖଣି ଅଞ୍ଚଳରେ ଲାଗିଲା ୧୬୩ଧାରା; ଲିଜଧାରୀଙ୍କୁ ୨୪କୋଟି ଫାଇନ୍‌

Advertisment

ଲିଜଧାରୀ ବେଣୁଧର ପ୍ରଧାନଙ୍କୁ ୨୪ କୋଟି ୨୧ଲକ୍ଷ ଟଙ୍କାର ଜରିମାନା କରିଛି ବିଭାଗ । ଏହାସହ ଖଣି ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି ।

ଲିଜଧାରୀ ବେଣୁଧର ପ୍ରଧାନଙ୍କୁ ୨୪ କୋଟି ୨୧ଲକ୍ଷ ଟଙ୍କାର ଜରିମାନା କରିଛି ବିଭାଗ । ଏହାସହ ଖଣି ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି ।

lease holder

କନକ ବ୍ୟୁରୋ : ଖଣି ଲିଜଧାରୀଙ୍କୁ ୨୪କୋଟି ଟଙ୍କା ଫାଇନ୍ । ନୟାଗଡ଼ କାଶୀଆ ପାହାଡ଼ ଲିଜଧାରିଙ୍କୁ ଖଣି ବିଭାଗ ଏହି ଜରିମାନା କରିଛି । ଲିଜଧାରୀ ବେଣୁଧର ପ୍ରଧାନଙ୍କୁ ୨୪ କୋଟି ୨୧ଲକ୍ଷ ଟଙ୍କାର ଜରିମାନା କରିଛି ବିଭାଗ । ଏହାସହ ଖଣି ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି । ବେଆଇନ ଦର୍ଶାଇ ହାଇକୋର୍ଟ ଗଲେ ଲିଜଧାରୀ । ଅନୁମତି ଠାରୁ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରୁ ବେଆଇନ ଉତ୍ତୋଳନ ଅଭିଯୋଗର ତଦନ୍ତ କରି ଏଭଳି ମୋଟା ଅଙ୍କର ଫାଇନ କସିଛି ବିଭାଗ ।

ଏହାସହ ସମ୍ପୃକ୍ତ ଖଣିକୁ ବନ୍ଦ କରାଯାଇଥିଲା ବେଳେ ସେହି ଅଂଚଳରେ ୧୬୩ ଧାରା ଲାଗୁ କରାଯାଇଛି । ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଏହି ଖଣିକୁ ଲିଜରେ ନେଇ ବର୍ଷ ବର୍ଷ ଧରି ଖଣି ଉତ୍ତୋଳନ କରିଆସୁଥିଲେ । ମାତ୍ରାଧିକ ଖଣି ଖନନ, ଜଙ୍ଗଲ ଜମିରୁ ବେଆଇନ ଲୁଟ ଓ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷଣ  କରାଇବା ଭଳି ସଂଗୀନ ଅଭିଯୋଗ ରହିଥିଲା । ଏନେଇ ନୟାଗଡ଼ ବନ ବିଭାଗ, ଖଣି ବିଭାଗ ଓ ଭୁବନେଶ୍ୱର ଓଆରଏସଏସି  ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା ।

ଏହାସହ ଉନ୍ନତ ଜ୍ଞାନକୌଶଳ ମ୍ୟାପିଂ ଯନ୍ତ୍ର ବ୍ୟବହାର କରାଯାଇ ତଦନ୍ତ କରାଯାଇଥିଲା । ଅଭିଯୋଗର ସତ୍ୟତା ଆସିବା ପରେ ଏଵେ ଫାଇନ କରିଛି ଖଣି ବିଭାଗ । ତେବେ ଖଣି ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନକୁ ବେଆଇନ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବେଣୁଧର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe