ସାରା ରାଜ୍ୟରେ ଲୁଟ୍ ହେଉଛି ଖଣିଜ । ବେଆଇନ ଡ୍ରିଲିଂ ଓ ବ୍ଲାଷ୍ଟିଂରେ ଅସ୍ତବ୍ୟସ୍ତ ସ୍ଥାନୀୟ ବାସିନ୍ଦା

କ୍ରସରଟି ବିନା ଭିତ୍ତିଭୂମି ସାଙ୍ଗକୁ ନିକଟରେ ଥିବା ଜଳ ଉତ୍ସକୁ ଲାଗି ରହିଛି। ଯାହାଫଳରେ ଏହା ପ୍ରଦୂଷିତ ହେବାରେ ଲାଗିଛି । କ୍ରସରର ଧୂଳି ଗୁଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଥିବା ବୃକ୍ଷଲତା, ପାଣିପବନ, ମାଟି ସବୁ ପ୍ରଦୂଷିତ ହେବା ସହ ଲୋକଙ୍କ ମଧ୍ୟରେ ବିଭିନ୍ନ ରୋଗ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। 

sgdgdfgsfdg

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ପାଟି ଡଙ୍ଗର। ଦିନ ଥିଲା ଏହି ଡଙ୍ଗରରେ ବିଭିନ୍ନ ଔଷଧୀୟ ବୃକ୍ଷ ଥିବା ସହ ମଣିଷ ଓ ପଶୁଙ୍କ ଜୀବନ ରେଖା ପାଲଟୁଥିଲା । କିନ୍ତୁ ଖଣି ମାଫିଆ ବର୍ତ୍ତମାନ ପଦା କରିଦେଲେଣି ଏହି ଡଙ୍ଗରକୁ। ନିଜର ଅସ୍ତିତ୍ବ ହରାଇ ପାଟି ଡଙ୍ଗର ଏବେ ପଡିଆ ହୋଇ ଗଲାଣି। ଅନେକ ଘାସ, ଲତା, ଔଷଧୀୟ ବୃକ୍ଷ, ଜଙ୍ଗଲୀ ଜୀବ ନଷ୍ଟ ହେଲେଣି। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ, ଜଳ ପ୍ରଦୂଷଣ। ଲିଜଧାରୀଙ୍କୁ କେତେ ପଥର ଖନନ କାର୍ଯ୍ୟ ପାଇଁ ଅନୁମତି ମିଳିଛି, କେତେ ମେସିନାରୀ କ୍ଷମତା ମିଳିଛି, କେଉଁ ପଦ୍ଧତିରେ ପଥର ଖନନ ଅନୁମତି ରହିଛି ତାହାର ଉତ୍ତର ଦେବାକୁ କେହି ନାହିଁ। କିନ୍ତୁ ବୋରୱେଲ ମେସିନରେ ୩୦ ଫୁଟ ଲମ୍ବ ଖନନ କରି ବ୍ଲାଷ୍ଟିଙ୍ଗ କରାଯାଉଛି। ନିକଟରେ ଥିବା କ୍ରସର ଦୈନିକ ଶହ ଶହ କ୍ୟୁବିକ ମିଟର ଉଠାଣ କରୁଥିବା ବେଳେ ଦଳି ହୋଇଯାଇଛି ସରକାରୀ ନିୟମ।  କ୍ରସରଟି ବିନା ଭିତ୍ତିଭୂମି ସାଙ୍ଗକୁ ନିକଟରେ ଥିବା ଜଳ ଉତ୍ସକୁ ଲାଗି ରହିଛି। ଯାହାଫଳରେ ଏହା ପ୍ରଦୂଷିତ ହେବାରେ ଲାଗିଛି । କ୍ରସରର ଧୂଳି ଗୁଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଥିବା ବୃକ୍ଷଲତା, ପାଣିପବନ, ମାଟି ସବୁ ପ୍ରଦୂଷିତ ହେବା ସହ ଲୋକଙ୍କ ମଧ୍ୟରେ ବିଭିନ୍ନ ରୋଗ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। 

ବଡ଼ ବଡ଼ ହାଇୱା  ଟ୍ରକ ଚଳାଚଳ କରିବା ଦ୍ୱାରା ରାସ୍ତା ମରଣଯନ୍ତା ପାଲଟିଗଲାଣି।ଲୋକେ ଯାତାୟାତ କରିବା ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଏହି କ୍ରସର କିଭଳି ବିନା ଭିତ୍ତିଭୂମି ଥାଇ କାହା ଅନୁମତି ରେ ବେଧଡକ ଭାବେ ଚାଲିଛି ତାହା ହିଁ ବଡ଼ ପ୍ରଶ୍ନବାଚୀ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି କ୍ରସର ପ୍ରତି ଅହେତୁକ ଅନୁକମ୍ପା ନା ମଧୁଚନ୍ଦ୍ରିକାରେ  ଏହା ଚାଲିଛି ତାହା ତଦନ୍ତ ସାପେକ୍ଷ। ଖଣି ମାଫିଆ ଓ କ୍ରସର ମାଲିକ ଅନୁମତି ଠାରୁ ଅଧିକ ପଥର ଉଠାଣ କରୁଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି। ଏହାର ପ୍ରଭାବରେ ସ୍ଥାନୀୟ ଜନସାଧାରଣ ଦୁର୍ଦ୍ଦଶା ଭୋଗୁଥିବା ବେଳେ ମାଲାମାଲ ହେଉଛି କ୍ରସର ମାଲିକ। ତେବେ ଏହା ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ନା ଏଭଳି ଦିନଦ୍ଵିପହରେ ବେଆଇନ ଖଣି ଖନନ ଓ କ୍ରସରକୁ ପ୍ରଶ୍ରୟ ଦିଆଯିବ ତାହା ସମୟ ହିଁ କହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe