କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଲଘୁ ଖଣିଜ ଲୁଟେରା । ବଢ଼ି ଚାଲିଛି ରାଜସ୍ବ ଲୁଟ୍ । ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ୨୦୨୩-୨୪ରେ ଖଣି ଲୁଟ ରୋକିବାକୁ ହୋଇଥିଲା ୧୫୬୩ଟି ଚଢ଼ଉ । ଚଢ଼ାଉ ବେଳେ ୧୦କୋଟି ୧୨ ଲକ୍ଷ ୮୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ତେବେ ୨୦୨୪-୨୫ରେ ଚଢ଼ଉ ସଂଖ୍ୟା ବଢ଼ିଥିବା ବେଳେ ୩ ଗୁଣା ଅଧିକା ଜୋରିମାନା ଆଦାୟ କରାଯାଇଛି ।
୨୦୨୪-୨୫ରେ ୩ ହଜାର ୧୨୩ଟି ଚଢ଼ଉ କରାଯାଇଛି । ୩୮୯୫ ଗାଡ଼ି ଜବତ ହୋଇଥିବା ବେଳେ ୪୦ କୋଟି ୭୩ ଲକ୍ଷ ୬ ହଜାର ୩୨୦ ଟଙ୍କା ଜରିମାନା ଆଦାୟ ହୋଇଛି । ତେବେ ଗଜପତିରେ ସର୍ବାଧିକ ଚଢ଼ଉ କରାଯାଇଛି । ୨୦୨୩-୨୪ରେ ୨୦୧ଟି ଚଢ଼ାଉ ହୋଇଥିବା ବେଳେ ୨୦୨୪-୨୫ରେ ୩୮୧ଟି ଚଢ଼ଉ କରିଛି ଏନ୍ଫୋର୍ସମେଣ୍ଟ ବିଭାଗ ।