କନକ ବ୍ୟୁରୋ : ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ମିଲଟନ’ । ଆମେରିକାର ପଶ୍ଚିମ ଉପକୂଳରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ମିଲଟନ । ଏଥିଯୋଗୁ ବଡ଼ଧରଣର ବିଦ୍ୟୁତ ବିଭ୍ରାଟ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ମିଲଟନ ତାଣ୍ଡବ ଯୋଗୁ ୧୪ ଜଣଙ୍କ ଜୀବନ ଯାଇଛି । ୩୦ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ କାଟ ଯୋଗୁ ଅନ୍ଧାରରେ ରହିଛନ୍ତି । କ୍ୟାଟାଗୋରୀ-୩ ସ୍ତରର ବାତ୍ୟା ସେଣ୍ଟ ଲୁସ କାଉଣ୍ଟୀରେ ୧୪ ଜଣଙ୍କ ଜୀବନ ନେଇଛି । 

Advertisment

ସେହିପରି ଅନେକ ଘରକୁ ଭାଙ୍ଗି ଦେଇଛି ମିଲଟନ । ବୁଧବାର ରାତିରେ ବାତ୍ୟା ମିଲଟନ ଫ୍ଲୋରିଡାକୁ ହିଟ କରିଥିଲା । ଏଥିଯୋଗୁ ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୨୦୫ କିମି ବେଗରେ ପବନ ବହିଥିଲା । ପୂର୍ବରୁ ଫ୍ଲୋରିଡାରେ ମିଲଟନ କ୍ୟାଟାଗୋରୀ ୫ ସ୍ତରର ରୂପ ନେଇ ହିଟ କରିବ ବୋଲି କୁହାଯାଉଥିଲା  । କିନ୍ତୁ ସ୍ଥିତି ସେତେ ଭୟଙ୍କର ହୋଇନାହିଁ । ମିଲଟନ ଗଲ୍ଫ ଅଫ ମେକ୍ସିକୋ ଦେଇ ଚାଲି ଯାଇଛି ।