କନକ ବ୍ୟୁରୋ : ତେଜରାତି ଦୋକାନରୁ କୋଟିପତି । ତେଜରାତି ଦୋକାନ କରିଥିବା ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ବାପା ଏବେ କୋଟିପତି । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା ଗିରଫ ହେବାପରେ ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ପୁଲିସ ସ୍କାନରକୁ ଆସିଛନ୍ତି । ପୁଲିସର ଏକ ଟିମ୍ ପ୍ରିୟଙ୍କାଙ୍କ ଘରକୁ ଯାଇ ଘନ ଘନ ପଚରାଉଚରା କରି ଜେରା କରୁଛି । ପୁଲିସ ପ୍ରିୟଙ୍କା ସମେତ ତାଙ୍କ ବାପା ରାଜକିଶୋର ସେନାପତି ଓ ଅନ୍ୟମାନଙ୍କୁ ମଧ୍ୟ ଜେରା କରୁଛି ।
ତେବେ ପ୍ରିୟଙ୍କାଙ୍କ ପରିବାରର ହଠାତ୍ ଏତେ ଗୁଡ଼ିଏ ସମ୍ପତ୍ତି ବଢ଼ିଯିବା ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ସୃଷ୍ଟି । ପୂର୍ବରୁ ତେଜରାତି ଦୋକାନ କରିଥିବା ରାଜକିଶୋର ଖୁବ୍ କମ ଦିନ ମଧ୍ୟରେ ହୋଟେଲ ବ୍ୟବସାୟ କରି ଏକରୁ ଅଧିକ ହୋଟେଲକୁ ହାତକୁ ନେଇଛନ୍ତି । ପାରିଜାତ ନାମରେ ଏହି ହୋଟେଲ ବ୍ୟବସାୟ ଆଗକୁ ଯାଉଛି । ପୂର୍ବରୁ ଆର୍ଥିକ ଅନଟନରେ ଚଳୁଥିବା ପ୍ରିୟଙ୍କାଙ୍କ ପରିବାରର ଖୁବ୍ କମ୍ ଦିନରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଛି । ତେଣୁ ପ୍ରିୟଙ୍କାଙ୍କ ପରିବାରର ସମସ୍ତଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।