କନକ ବ୍ୟୁରୋ : ମାଣ୍ଡିଆ ନେବାକୁ ଲାଗିଛି ଲାଇନ୍‌ । କିଏ ବ୍ୟାଗ୍‌ ନେଇ ଆସିଛି ତ ଆଉ କିଏ ବସ୍ତା ଧରି ଛିଡ଼ା ହୋଇଛି । ଜୟପୁର ସହରର ୧୨ ନମ୍ୱର୍ ୱାର୍ଡର ଦୃଶ୍ୟ ହିଁ ବୟାନ କରୁଛି ହିତାଧିକାରୀଙ୍କ ଖୁସି । ଆଦିବାସୀଙ୍କ ପ୍ରମୁଖ ଖାଦ୍ୟ ହେଉଛି ମାଣ୍ଡିଆ । ପୂର୍ବରୁ ରାସନ ହିତାଧିକାରୀଙ୍କୁ ଚାଉଳ ମିଳୁଥିବା ବେଳେ ନୂଆ ସରକାର ମାଣ୍ଡିଆ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ବିଭାଗର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଜୟପୁର ବାସିନ୍ଦା ।

Advertisment

ମାଣ୍ଡିଆକୁ ଘରେ ଘରେ ପରିଚିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମିଲେଟ୍‌ ମିଶନ । ଚାଷୀଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ମଣ୍ଡି ମାଧ୍ୟମରେ ଏହାକୁ କିଣୁଛନ୍ତି ସରକାର । କୁପୋଷଣ ଦୂର ପାଇଁ ଛତୁଆ ବଦଳରେ ମାଣ୍ଡଆ ଦେବାକୁ ମଧ୍ୟ ଚିନ୍ତା କରଛନ୍ତି ରାଜ୍ୟ ସରକାର । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ମିଲେଟକୁ ପୂରା ବିଶ୍ୱକୁ ରପ୍ତାନୀ ପାଇଁ ୨୦୨୨ ଡିସେମ୍ବରରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଭାରତର ଦାବି ପରେ ମିଳିତ ଜାତିସଂଘ ପକ୍ଷରୁ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ମଧ୍ୟ ଘୋଷଣା କରାଯାଇଛି ।

ରାଜ୍ୟରୁ କୁପୋଷଣ ଦୂର ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ୨୦୧୮ ପରଠାରୁ ପୋଷଣ ମାସ ପାଳନ ହୋଇ ଆସୁଛି । ଏବେ ଚାଉଳ ବଦଳରେ ମାଣ୍ଡିଆ ଦେବାର ନିଷ୍ପତ୍ତି କୁପୋଷଣ ଦୂର କରିବାରେ କେତେ ସହାୟକ ହେବ ତାହା ଉପରେ ନଜର ।