ସରକାରଙ୍କୁ ବଦନାମ କରିବା ଲାଗି ମିଲରଙ୍କ ଷଡଯନ୍ତ୍ର । ବାଲେଶ୍ବର ବସ୍ତାରୁ କନକ ନ୍ୟୁଜ୍ ଟିମ୍ ଆଣିଲା ସାଂଘାତିକ ରିପୋର୍ଟ

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରେ ଗତ ୬ ତାରିଖରୁ ସୋସାଇଟି ଜରିଆରେ ଧାନକିଣା ଆରମ୍ଭ ହୋଇଛି। କିନ୍ତୁ ମଣ୍ଡରେ ମିଲ ମାଲିକଙ୍କ କାର୍ଯ୍ୟକଳାପ ଦେଖି ତାଜୁବ ଚାଷୀ। ମିଲର ଓ ଆରଏମସି ଅଧିକାରୀ ଯେଉଁଭଳି ଧାନର ମାନ ପରୀକ୍ଷା କରୁଛନ୍ତି

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରେ ଗତ ୬ ତାରିଖରୁ ସୋସାଇଟି ଜରିଆରେ ଧାନକିଣା ଆରମ୍ଭ ହୋଇଛି। କିନ୍ତୁ ମଣ୍ଡରେ ମିଲ ମାଲିକଙ୍କ କାର୍ଯ୍ୟକଳାପ ଦେଖି ତାଜୁବ ଚାଷୀ। ମିଲର ଓ ଆରଏମସି ଅଧିକାରୀ ଯେଉଁଭଳି ଧାନର ମାନ ପରୀକ୍ଷା କରୁଛନ୍ତି

ମଣ୍ଡିରେ ଚାଷୀଙ୍କୁ ଶୋଷଣ

ମଣ୍ଡିରେ ଚାଷୀଙ୍କୁ ଶୋଷଣ Photograph: (KanakNews )

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକରେ ଗତ ୬ ତାରିଖରୁ ସୋସାଇଟି ଜରିଆରେ ଧାନକିଣା ଆରମ୍ଭ ହୋଇଛି। କିନ୍ତୁ ମଣ୍ଡରେ ମିଲ ମାଲିକଙ୍କ କାର୍ଯ୍ୟକଳାପ ଦେଖି ତାଜୁବ ଚାଷୀ। ମିଲର ଓ ଆରଏମସି ଅଧିକାରୀ ଯେଉଁଭଳି ଧାନର ମାନ ପରୀକ୍ଷା କରୁଛନ୍ତି, ସେଭଳି ଚାଷୀଙ୍କ ପାଇଁ ଧାନ ବିକିବା ଅତି କଷ୍ଟକର ହୋଇପଡ଼ୁଛି। ମିଲର ପ୍ରଥମେ ଆଖାରୁ କିଛି ଧାନ ସଂଗ୍ରହ କରି ମେସିନରେ ଆର୍ଦ୍ରତା ପରୀକ୍ଷା କରୁଛନ୍ତି। ଏହାପରେ ଚାଲୁଣିରେ ଚଲାଯାଉଛି,  ପୁଣି ଚାଲୁଣିରୁ ବାହାର କରି ସେଥିରୁ ୨୦ ଗ୍ରାମ ଧାନ ନେଇ  ପରିଷ୍କାର ଧଳା ଥାଳିରେ ରଖାଯାଉଛି।

ଗୋଟିଗୋଟି କରି ବାଛି ଅଗାଡି, ନଡା ଧୁଳି, ଛୋଟବଡ, ବଙ୍କା ଏବଂ ରଙ୍ଗ ବିହିନ ଧାନ ବାହାର କରୁଛନ୍ତି। ଏତିକିରେ ସରିଯାଉନି। ଯେଉଁ କେତୋଟି ଭଲ ଧାନ ବାହାରୁଛି, ସେଥିରୁ ନଖରେ ଛଡାଇ ଚାଉଳକୁ ନୀରିକ୍ଷଣ କରାଯାଉଛି। ଏତେ ସବୁ ପରୀକ୍ଷା ପରେ ଚାଷୀଙ୍କ ଧାନକୁ ନିମ୍ନ ମାନର କହୁଛନ୍ତି, ଆଉ ମିଲର ନିଜ ଇଚ୍ଛା ମୁତାବକ ୫ ରୁ ୧୫ କେଜି ପର୍ଯ୍ୟନ୍ତ କାଟି ଦେଉଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ଜିଲ୍ଲାର ପ୍ରାୟତଃ ସମସ୍ତ ସୋସାଇଟିରେ ମଣ୍ଡି ଖୋଲିଛି। ବର୍ଷ ଆରମ୍ଭରୁ ଅଭାବି ବର୍ଷା, ରୁଆ ବେଉଷଣ ପରେ ବନ୍ୟା, ଅମଳ ସମୟରେ ଅଦିନିଆ ବର୍ଷା ପରେ ମଣ୍ଡିରେ ଏପରି ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ତେବେ ମିଲରଙ୍କ ନିୟମକୁ କୋହଳ କରି ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି କହିଛନ୍ତି ସୋସାଇଟି ସଭାପତି । ପାଣିପାଗ ଏବଂ ଘଟିଯାଇଥିବା ପ୍ରାକୃତିକ ଦୁର୍ବିପାକକୁ ଆଖିରେ ରଖି ଧାନ କ୍ରୟ ସମୟରେ ସରକାରୀ ଧାର୍ଯ୍ୟ ମାନକୁ କୋହଳ କରିବା ପାଇଁ ନିବେଦନ କରିଛନ୍ତି ଚାଷୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe