କନକ ବ୍ୟୁରୋ : ଏନଡିଏ ସରକାରଙ୍କ ଦ୍ୱାରା କିଛି ବର୍ଷ ତଳେ ଲଗାଯାଇଥିବା ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରିଛନ୍ତି । ଦିପାବଳୀ ପୂର୍ବରୁ ଏହାର ଲାଭ ନାଗରିକମାନଙ୍କୁ ମିଳିବାକୁ ଯାଉଛି । ସରକାର ପୂର୍ବରୁ ଲାଗୁ କରିଥିବା ୪ ଟି ଜିଏସଟି ସ୍ଲାବକୁ ବଦଳାଇ ୨ ଟି ସ୍ଲାବରେ ପରିଣତ କରିଛନ୍ତି । ଏହି କାରଣରୁ ସେପ୍ଟେମ୍ବର ୨୨ ତାରିଖରୁ ସାଧାରଣ ନାଗରିକଙ୍କ ପାଇଁ କିଛି ଅତ୍ୟାବଶକୀୟ ସାମଗ୍ରୀର ଦାମ କମିବାକୁ ଯାଉଛି । ଏବେ ଆସନ୍ତୁ ପଢିବା ଦାମ କମିବାକୁ ଥିବା ସାମଗ୍ରୀ ବାବଦରେ 

Advertisment

ତେଲ, ସାମ୍ପୁ, ସାବୁନ : ସରକାର ତେଲ, ସାବୁନ ଓ ସାମ୍ପୁ ଉପରେ ପୂର୍ବରୁ ଲାଗୁ ହୋଇଥିବା ୧୮ ପ୍ରତିଶତ ଜିଏସଟିକୁ କମ୍ କରି ୫ ପ୍ରତିଶତ ସ୍ଲାବକୁ ଆଣିଛନ୍ତି । ଅର୍ଥାତ ପୂର୍ବରୁ ଜିଏସଟି ସହ ୧୧୮ ଟଙ୍କାରେ ମିଳୁଥିବା ସାମ୍ପୁ ଏବେ ୧୦୫ ଟଙ୍କାରେ ମିଳିବ । ତେଲ ଓ ସାବୁନ ଉପରେ ବି ଏହି ହିସାବ ଲାଗୁ ହେବ । 

1

ବିସ୍କୁଟ ଓ ନମକିନ୍ : ସରକାର ପୂର୍ବରୁ ବିସ୍କୁଟ ଓ ନମକିନ୍ ଉପରେ ଯଥାକ୍ରମେ ୧୮ ଓ ୧୨ ପ୍ରତିଶତ ଜିଏସଟି ଲାଗୁ କରିଥିଲେ । ପୂର୍ବରୁ ୫ ଟଙ୍କାର ନମକିନକୁ ଆପଣମାନେ ୬୦ ପଇସା ଟ୍ୟାକ୍ସ ଦେଉଥିଲେ । ଏବେ ଏହା ୫ ପ୍ରତିଶତ ସ୍ଲାବକୁ ଆସିଥିବାରୁ ଆପଣଙ୍କୁ ୫ ଟଙ୍କାର ନମକିନ୍ ଉପରେ ମାତ୍ର ୨୫ ପଇସା ଟ୍ୟାକ୍ସ ଦେବାକୁ ପଡ଼ିବ । ସେହିଭଳି ବିସ୍କୁଟ ଉପରେ ପୂର୍ବରୁ ୧୮ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡୁଥିଲା, ଏବେ ମାତ୍ର ୨୫ ପଇସା ଟ୍ୟାକ୍ସ ଦେବାକୁ ପଡ଼ିବ । 

2

କ୍ଷୀର-ପନିର: କ୍ଷୀର ଓ ପନିର ବ୍ୟବହାର କରୁଥିବା ଲୋକମାନେ ସର୍ବାଧିକ ଲାଭରେ ରହିଛନ୍ତି । କାରଣ ପୂର୍ବ ଜିଏସଟି ସ୍ଲାବରେ କ୍ଷୀର ଓ ପନିର ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା । ଏବେ ସରକାର ଏହି ଦୁଇଟି ସାମଗ୍ରୀକୁ ଶୂନ୍ୟ ଟ୍ୟାକ୍ସ ସ୍ଲାବରେ ସାମିଲ କରିଥିବାରୁ ଖାଉଟି ଲାଭବାନ ହେବେ । 

3

ଘିଅ-ଦହି : ଦୁଗ୍ଧ ଜାତୀୟ ସାମଗ୍ରୀକୁ ସରକାର ଅତ୍ୟାବଶକୀୟ ସାମଗ୍ରୀରେ ସାମିଲ କରିଛନ୍ତି । ପୂର୍ବରୁ ଦୁଗ୍ଧ ଜାତୀୟ ସାମଗ୍ରୀରେ ୧୨ ପ୍ରତିଶତ ଜିଏସଟି ଲାଗୁ କରିଥିଲେ । ହେଲେ ସରକାର ଏବେ ଏହାକୁ ୫ ପ୍ରତିଶତ ସ୍ଲାବରେ ସାମିଲ କରିଛନ୍ତି । 

4

ପିଜ୍ଜା-ବ୍ରେଡ: ଖାଦ୍ୟ ସାମଗ୍ରୀ ଭିତରେ ପିଜ୍ଜା ଓ ବ୍ରେଡକୁ ସାମିଲ କରାଯାଇଛି । ପୂର୍ବରୁ ସରକାର ଏସବୁ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିଥିବା ବେଳେ ଏବେ ଏହା ଉପରେ ସମ୍ପୂର୍ଣ୍ଣ ଭାବେ ଜିଏସଟି ଛାଡ଼ କରାଯାଇଛି । 

5

ଚକୋଲେଟ -ମିଠାଇ : କେନ୍ଦ୍ର ସରକାର ପୂର୍ବରୁ ଚକୋଲେଟ ଓ ମିଠାଇ ଉପରେ ଜିଏସଟି ସ୍ଲାବର ବଡ଼ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଏସବୁ ଜିନିଷ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇଥିଲା । ନୂଆ ଜିଏସଟି ସ୍ଲାବ ମୁତାବକ ଏସବୁ ଜିନିଷ ଉପରେ ଏବେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । 

6

କପଡ଼ା : ଏବେ କପଡ଼ା କିଣିବା ଶସ୍ତା ହେବ । କାରଣ ସରକାରଙ୍କ ନୂଆ ଜିଏସଟି ସ୍ଲାବ ମୁତାବକ ୨୫ ଶହ କିମ୍ବା ତା ଠାରୁ କମ୍ ଦାମର କପଡ଼ା ଉପରେ ୧୨ ପ୍ରତିଶତ ବଦଳରେ ୫ ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ । 

clothes

ଶିକ୍ଷା ସାମଗ୍ରୀ : ସରକାର ଛୋଟ ପିଲାଙ୍କ ପାଠ ପଢାରେ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ଼ କରିଛନ୍ତି । ଯେଭଳି କି ରବର, କଟର, ଗ୍ଲୋବ, ଅଭ୍ୟାସ ପୁସ୍ତିକା, ଗ୍ରାଫବୁକ୍ ଭଳି ପାଠ୍ୟ ଉପକରଣ ଉପରେ ପୂର୍ବରୁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇଥିଲା । ହେଲେ ନୂଆ ସ୍ଲାବରେ ଏସବୁ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ କରାଯାଇଛି । 

study meterials

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ :ପୂର୍ବରୁ ସରକାର ଟିଭି, ଫ୍ରିଜ, ଏସି, ୱାଟର ହିଟର ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୮ ରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସଟି ଲାଗୁ କରିଥିଲେ । ହେଲେ ଏବେ ଏସବୁ ସାମଗ୍ରୀ ଉପରେ ୫ ରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗିବ । 

8