ଜୀବନ ସହ ସାଂଘାତିକ ଖେଳ । କ୍ଷୀରରେ ମିଶୁଛି କଷ୍ଟିକ ସୋଡ଼ା! ଲାଭ ଲୋଭରେ ବିଷ ବେପାର!

Advertisment

ଜଗତପୁର ଥାନା ଅଞ୍ଚଳର ଏକ ଘରେ ଚାଲିଥିଲା ଅପମିଶ୍ରିତ କ୍ଷୀର କମ୍ପାନୀ। ବିନା କୌଣସି ଫୁଡ଼ ସେଫଟି ଲାଇସେନ୍ସରେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲାଣି ଚାଲିଥିଲା ବେପାର। ନା ଥିଲା ଟ୍ରେଡ ଲାଇସେନ୍ସ ନା ଥିଲା କ୍ଷୀରର ମାନ ପରୀକ୍ଷା ପାଇଁ କୌଣସି ଲାବୋରାଟୋରୀ।

ଜଗତପୁର ଥାନା ଅଞ୍ଚଳର ଏକ ଘରେ ଚାଲିଥିଲା ଅପମିଶ୍ରିତ କ୍ଷୀର କମ୍ପାନୀ। ବିନା କୌଣସି ଫୁଡ଼ ସେଫଟି ଲାଇସେନ୍ସରେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲାଣି ଚାଲିଥିଲା ବେପାର। ନା ଥିଲା ଟ୍ରେଡ ଲାଇସେନ୍ସ ନା ଥିଲା କ୍ଷୀରର ମାନ ପରୀକ୍ଷା ପାଇଁ କୌଣସି ଲାବୋରାଟୋରୀ।

rohini milk

କନକ ବ୍ୟୁରୋ: ଜଗତପୁର ଥାନା ଅଞ୍ଚଳର ଏକ ଘରେ ଚାଲିଥିଲା ଅପମିଶ୍ରିତ କ୍ଷୀର କମ୍ପାନୀ। ବିନା କୌଣସି ଫୁଡ଼ ସେଫଟି ଲାଇସେନ୍ସରେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେଲାଣି ଚାଲିଥିଲା ବେପାର। ନା ଥିଲା ଟ୍ରେଡ ଲାଇସେନ୍ସ ନା ଥିଲା କ୍ଷୀରର ମାନ ପରୀକ୍ଷା ପାଇଁ କୌଣସି ଲାବୋରାଟୋରୀ। ସବୁଠାରୁ ବଡ କଥା ହେଉଛି, କଷ୍ଟିକ ସୋଡ଼ା ମିଶାଇ ତିଆରି କରାଯାଉଥିଲା କ୍ଷୀର। ଏନେଇ ଅଭିଯୋଗ ପରେ ମିଳିତ ଭାବେ ଚଢାଉ କରିଥିଲେ ସିଟି ହେଲଥ ଅଫିସର ଓ ଜଗତପୁର ପୁଲିସ। ଚଢ଼ାଉ ପରେ ଫ୍ୟାକ୍ଟ୍ରିରୁ ସାମ୍ପୁଲ ସଂଗ୍ରହ କରିଛି ସିଏମସିର ଫୁଡ ଡିପାର୍ଟମେଣ୍ଟ।

ରୋହିଣି ବ୍ରାଣ୍ଡ ନାଁରେ ବିକୁଥିବା ଏହି କମ୍ପାନୀରେ କ୍ଷୀର, ଦହି, ଲସି, ଗୁଣ୍ଡ ଦୁଗଧ ପ୍ରସ୍ତୁତ ହୋଇ ବଜାରରେ ବିକ୍ରି କରାଯାଉଥିଲା। ବିଶେଷକରି ଏହି କମ୍ପାନୀ ଦ୍ବାରା ପ୍ରସ୍ତୁତ ପ୍ରଡକ୍ଟ ପୁରୀ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଉଥିଲା। ସେଠାରେ ବିକ୍ରି ହେଉଥିଲା। ତେଣୁ ଏହା କେଉଁଠିକୁ ଯାଉଥିଲା, ସେ ନେଇ ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଛି ପୁଲିସ।

କ୍ଷୀରରେ କଷ୍ଟିକ ସୋଡ଼ା ମିଶୁଥିବାରୁ ଏହାକୁ ବ୍ୟବହାର କରୁଥିବା ଲୋକଙ୍କର ସାଂଘାତିକ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ। ତେବେ କ୍ଷୀରରେ ବିଷ ମିଶିବା ଭଳି ସମ୍ବେଦନଶୀଳ ଘଟଣାରେ ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe