କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର କିସ୍ତାୱାରରେ ଗତ ୨୪ ଘଣ୍ଟା ଧରି ଚାଲିଛି ସର୍ଚ୍ଚ ଅପରେସନ୍ । ଜଙ୍ଗଲରେ ୨-୩ ଆତଙ୍କବାଦୀ ଲୁଚିରହିଥିବା ସୂଚନା ପାଇ ଜାରି ରହିଛି ସେନାର ଅପରେସନ୍ । ଗତକାଲି ଏଠାରେ ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଥିଲେ । ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଜଙ୍ଗଲରେ ଆତଙ୍କୀ ଲୁଚିରହିଥିବା ଖବର ପାଇ ଘେରାବନ୍ଦୀ କରିଥିଲେ ସୁରକ୍ଷା କର୍ମୀ । ଏବେ ବି ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଲଗାତର ସୀମାରେ ସର୍ଚ୍ଚ ଅପରେସନ ଜାରି ରହିଛି । କିସ୍ତୱାରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଜଙ୍ଗଲ ଚାରିପଟେ ଯବାନ ମାନେ ଘେରି ରହିଛନ୍ତି । ସେପଟେ ପୁଞ୍ଚରେ ଆତଙ୍କବାଦୀଙ୍କ ସହଯୋଗୀ ସନ୍ଦେହରେ ଜାରି ରହିଛି ଏସଆଇଏର ରେଡ୍ ।