କନକ ବ୍ୟୁରୋ: ଏସିଆ କପ ହକିରେ ଆଜି ସନ୍ଧ୍ୟାରେ ଖେଳାଯିବ ହାଇ-ଭୋଲଟେଜ ମ୍ୟାଚ୍‌ ,ଭାରତ ସୁପର ଫୋର ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ । ଚଳିତ ଏସିଆ କପରେ କୋରିଆର ଫର୍ମ ସେତେ ଭଲ ନାହିଁ । ଗ୍ରୁପ ମ୍ୟାଚରେ କୋରିଆ ୪-୧ଗୋଲରେ ମ୍ୟାଲେସିଆ ଠାରୁ ପରାଜୟ ବରଣ କରିଛି । ଭାରତ କୋରିଆ ମଧ୍ୟରେ ୨୧ଟି ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ୧୦ ମ୍ୟାଚରେ ବିଜୟ ଲାଭ କରିଛି । କୋରିଆ ମାତ୍ର ୨ଟି ମ୍ୟାଚ ବିଜୟ ହୋଇଛି । ୯ ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି ।