କନକ ବ୍ୟୁରୋ : ପାରମ୍ପରିକ ପିଠା ଖାଇବେ ପ୍ରବାସୀ । ରାଜ୍ୟ ସଂଗ୍ରହାଳୟରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ହୋଇଛି ଏହି ପାରମ୍ପରିକ ପିଠାର ପ୍ରସ୍ତୁତି । ଆଜିଠାରୁ ପ୍ରବାସୀ ଓଡ଼ିଆ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଆଜି ଓଡିଶା ରାଜ୍ୟ ସଂଗ୍ରହାଳୟରେ ୯ ଟି ଗ୍ୟାଲେରୀ ଓ ରାମାୟଣ ଲିଖିତ ତାଳପତ୍ର ପୋଥି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଭଳିକି ଭଳି ପିଠା ଓ ମିଠାର ଆୟୋଜନ କରାଯାଇଛି । ଛେନାପୋଡ଼, ପାହାଳ ରସଗୋଲା, ରସାବଳୀ, ମଗଜ ଲଡୁ, ପୁରୀ ଖଜା ଭଳି ମିଠାର ମଜା ନେଇଛନ୍ତି ଭୁବନେଶ୍ୱର ଆସିଥିବା ପ୍ରବାସୀ ଭାରତୀୟ ।