କନକ ବ୍ୟୁରୋ : ପୁଣି ଦାଦନ ଦୁଃଖ । କାମ କରିବାକୁ ଯାଇ ଶବ ହୋଇ ଫେରିଲେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଡ଼ୁମାଖାଲି ଗ୍ରାମର ଯୁବକ ଅଜୟ ନାୟକ । ଦାଦନ ଖଟିବାକୁ ତାମିଲନାଡୁର କନ୍ୟାକୁମାରୀ ଯାଇଥିଲେ । ସେଠାରେ ହଠାତ କୌଣସି କାରଣରୁ ମୃତ୍ୟୁ ହେବା ପରେ ଏକ ଆମ୍ବୁଲାନ୍ସରେ ମୃତ ଶରୀର ଗାଁକୁ ଆସିଛି । ଶବକୁ ଗାଁ ମୁଣ୍ଡରେ ଛାଡ଼ିଦେଇ  ଆମ୍ବୁଲାନ୍ସ ଚାଲିଯାଇଛି ହେଲେ ଘର ଲୋକେ ବୁଝିପାରୁନାହାନ୍ତି କଣ ପାଇଁ ଅଜୟର ମୃତ୍ୟୁ ହେଲା । ଏଥି ପାଇଁ ଦାୟୀ କିଏ । ଗାଁରେ ପୂରା ଶୋକାକୁଳ ପରିବେଶ । ଯେଉଁ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ ଓ କ୍ଷତିପୂରଣ ନ ମିଳିଛି ଶବକୁ ଦାହ କରିବେ ନାହିଁ ବୋଲି ଅଡ଼ି ବସିଛନ୍ତି ପରିବାର ବର୍ଗ ଓ ଗ୍ରାମବାସୀ ।

Advertisment

ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀରେ ହେବ ପରେଡ୍ : ଘୋଷଣା କଲେ ଅମିତ ଶାହ

କେବଳ ଏହି ଗୋଟିଏ ଘଟଣା ନୁହେଁ ଦାଦନ ଦୁଃଖର ଅନେକ ଘଟଣା ସାମ୍ନାକୁ ଆସିଛି । ରୋଜଗାର ପାଇଁ ରାଜ୍ୟ ଛାଡ଼ି ଅନ୍ୟରାଜ୍ୟକୁ ଯାଉଛନ୍ତି ଲୋକେ । ଓଡ଼ିଶାରେ ରୋଜଗାର ମିଳୁନଥିବାରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଆଉ ସେଠାରେ କାମ କରିବା ସହ ନିର୍ଯାତିତ ମଧ୍ୟ ହେଉଛନ୍ତି । କାହାକୁ କାମ କରି ଟଙ୍କା ମିଳୁନି ତ, ଆଉ କିଏ ଟଙ୍କା ମାଗିଲେ ମାଡ଼ ଖାଉଛି । ଘରକୁ ଆସିବା ପାଇଁ ବି ପାଖରେ ଟଙ୍କାଟିଏ ରହୁନି । ଆଉ ଯଦି ପ୍ରତିବାଦ କରିଦେଲ ତାହେଲେ କଥା ସରିଲା । ମାଲିକମାନେ ଗଧ ଭଳି ଖଟାଇବେ । ଖାଇବା ବଦଳରେ ମାଡ଼ ମାରିବେ । ଘରକୁ ଯିବା କଥା ଉଠାଇଲେ ଘରେ ବନ୍ଦି କରି ରଖିଦେବେ, ଆଉ ଜୀବନରୁ ମାରିଦେବାକୁ ଧମକ ଦେବେ । 

ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା, ଜାମିନ ପାଇଥିବା ଛାତ୍ରଛାତ୍ରୀ ଆଜି ଜେଲରୁ ମୁକୁଳିବେ

ଏହି ଦାଦନ ଦୁଃଖ ଘଟଣାରେ ଦଲାଲ୍‌ ମାନଙ୍କର ବି ବଡ଼ ଭୂମୀକା ରହିଛି । ଟଙ୍କା ଲୋଭରେ ଗାଁରୁ ଗରିବ ଲୋକଙ୍କୁ ଉଠାଇ ଅନ୍ୟ ରାଜ୍ୟକୁ ଦାଦନ ଭାବେ ପଠାଇ ଦେଉଛନ୍ତି । ଆଉ ସେଠାରେ ଗରିବ ସାଧାରଣ ଲୋକ ନିର୍ଯାତିତ ହେଉଛନ୍ତି । ଏମାନେ ବା କଣ କରିବେ, ଦୁଇ ଓଳି ଖାଇବା ପାଇଁ ଓ ପରିବାରର ପେଟ ପୋଷିବା ପାଇଁ ଦଲାଲଙ୍କ କଥାରେ ରାଜି ହୋଇଯାଆନ୍ତି । ଆଉ ଅନ୍ୟ ରାଜ୍ୟକୁ କାମ କରିବାକୁ ବାହାରିଯାଆନ୍ତି । ଥରେ ବି ଭାବନ୍ତି ନାହିଁ ଅନ୍ୟ ରାଜ୍ୟରେ ତାଙ୍କର ଅବସ୍ଥା କଣ ହେବ । କେବଳ ଯେ ପୁରୁଷମାନେ ଏଭଳି ନିର୍ଯାତନାର ଶିକାର ହୁଅନ୍ତି ତା ନୁହେଁ । ମହିଳାମାନେ ବି ଦାଦନ ଖଟିବାକୁ ଯାଇ ନାନା ପ୍ରକାର ନିର୍ଯାତନା ଭୋଗିଥାନ୍ତି । ଏସବୁ ଭିତରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଡ଼ୁମାଖାଲି ଗ୍ରାମର ଯୁବକ ଅଜୟ ନାୟକ ମୃତ୍ୟୁ ଘଟଣା ଦାଦନ ଦୁଃଖକୁ ବୟାନ କରୁଛି