ଜୀବନ ଧରି ଗାଁକୁ ଫେରିଲେ ମୃତ ଶ୍ରମିକ, ଦାଦନ ଶ୍ରମିକଙ୍କ ନିଖୋଜ ପରେ ଗାଁକୁ ଆସିଥିଲା ମୃତ୍ୟୁ ଖବର

 ଗାଁର ମହେନ୍ଦ୍ର ବଳିଆରସିଂ ଗତ ମାସରେ କେରଳର କୋଚିକୁ କାମ କରିବାକୁ ଯାଇଥିଲେ ।  ଗତ ମାସ ୨୨ ତାରିଖରେ ସେ ନିଖୋଜ ହେବା ପରେ ୨୫ ତାରିଖରେ ଇରନାକୁଲମ ଆଲୱା ରେଳ ଷ୍ଟେସନ୍ ନିକଟରେ ଜଣେ ଯୁବକର ମୃତ ଦେହ ପୁଲିସ ଉଦ୍ଧାର କରିଥିଲା ।

fdsfjdfdsf;d

କନକ ବ୍ୟୁରୋ : ଦାଦନ ଶ୍ରମିକର ମୃତ୍ୟୁ ଅଭିଯୋଗ ପରେ ଜୀବିତ ଅବସ୍ଥାରେ ଗାଁକୁ ଫେରିଲେ ଶ୍ରମିକ ।  ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।  ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଗରଡମା ଗାଁରେ ।   ଗାଁର ମହେନ୍ଦ୍ର ବଳିଆରସିଂ ଗତ ମାସରେ କେରଳର କୋଚିକୁ କାମ କରିବାକୁ ଯାଇଥିଲେ ।  ଗତ ମାସ ୨୨ ତାରିଖରେ ସେ ନିଖୋଜ ହେବା ପରେ ୨୫ ତାରିଖରେ ଇରନାକୁଲମ ଆଲୱା ରେଳ ଷ୍ଟେସନ୍ ନିକଟରେ ଜଣେ ଯୁବକର ମୃତ ଦେହ ପୁଲିସ ଉଦ୍ଧାର କରିଥିଲା ।   ଟ୍ରେନ ଦୁର୍ଘଟଣାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି ବୋଲି ଖବର ପାଇବା ପରେ ମୃତ ଦେହ ଗାଁକୁ ଫେରାଇ ଆଣିବାକୁ ବ୍ଳକ ପ୍ରଶାସନ ପାଖରେ ଦ୍ବାରସ୍ଥ ହୋଇ ସରକାରଙ୍କ ନିକଟରେ ଗୁହାରି କରିଥିଲେ ପରିବାର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe