କନକ ବ୍ୟୁରୋ : ଦାଦନ ଶ୍ରମିକର ମୃତ୍ୟୁ ଅଭିଯୋଗ ପରେ ଜୀବିତ ଅବସ୍ଥାରେ ଗାଁକୁ ଫେରିଲେ ଶ୍ରମିକ ।  ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।  ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଗରଡମା ଗାଁରେ ।   ଗାଁର ମହେନ୍ଦ୍ର ବଳିଆରସିଂ ଗତ ମାସରେ କେରଳର କୋଚିକୁ କାମ କରିବାକୁ ଯାଇଥିଲେ ।  ଗତ ମାସ ୨୨ ତାରିଖରେ ସେ ନିଖୋଜ ହେବା ପରେ ୨୫ ତାରିଖରେ ଇରନାକୁଲମ ଆଲୱା ରେଳ ଷ୍ଟେସନ୍ ନିକଟରେ ଜଣେ ଯୁବକର ମୃତ ଦେହ ପୁଲିସ ଉଦ୍ଧାର କରିଥିଲା ।   ଟ୍ରେନ ଦୁର୍ଘଟଣାରେ ମହେନ୍ଦ୍ରର ମୃତ୍ୟୁ ଘଟିଛି ବୋଲି ଖବର ପାଇବା ପରେ ମୃତ ଦେହ ଗାଁକୁ ଫେରାଇ ଆଣିବାକୁ ବ୍ଳକ ପ୍ରଶାସନ ପାଖରେ ଦ୍ବାରସ୍ଥ ହୋଇ ସରକାରଙ୍କ ନିକଟରେ ଗୁହାରି କରିଥିଲେ ପରିବାର ।