କନକ ବ୍ୟୁରୋ : ବାହାର ରାଜ୍ୟରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ଶବ ଆଣିବାକୁ ସରକାରଙ୍କୁ ପରିବାର ଲୋକଙ୍କ ନେହୁରା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୋଟପାଡି ଗାଁର ୫୫ ବର୍ଷୀୟ ଧନୁର୍ଯ୍ୟୟ ପଟେଲ ୨ବର୍ଷ ତଳେ ଆନ୍ଧ୍ରପ୍ରଦେଶର ଗୁନ୍ଥୁରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ତମାଖୁ ଫ୍ୟାକ୍ଟ୍ରିରେ ସେ କାମ କରୁଥିଲେ । ତେବେ ଗତକାଲି ହଠାତ ପେଟ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Advertisment

ଅଧିକ ପଢନ୍ତୁ : ଢେଙ୍କାନାଳ ପରେ ମାଲକାନଗିରିରେ ବଡ଼ ଅଘଟଣ, ମୋରମ ଖୋଳୁଥିବା ବେଳେ ପଥର ଖସି ୨ ଶ୍ରମିକ ମୃତ

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଧନୁର୍ଯ୍ୟୟଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ୭୦ ବର୍ଷୀୟା ବୃଦ୍ଧା ମା' ଏବେ ସଂପୂର୍ଣ୍ଣ ଅସହାୟ । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ସମସ୍ତେ ଭାଙ୍ଗିପଡ଼ିଛନ୍ତି । ଜିଲ୍ଲା ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ କଳାହାଣ୍ଡିରେ ବାରମ୍ବାର ଏଭଳି ଦାଦନ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।