କନକ ବ୍ୟୁରୋ: ପୁଣି ଥରେ ଦୁର୍ଘଟଣାର ହେଲା ବାୟୁସେନାର ମିଗ ବିମାନ । ଉତ୍ତର ପ୍ରଦେଶ ଆଗ୍ରାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ଆଗ୍ରାର ସୋନିଗା ଠାରେ କ୍ରାସ ହୋଇଯାଇଛି ଭାରତୀୟ ବାୟୁସେନାର ବିମାନ , ତଳେ ପଡିବା ପରେ ମିଗ-୨୯ ବିମାନଟି ସମ୍ପୂର୍ଣ ଜଳିଯାଇଥିଲା । କ୍ରାସ ହୋଇ ବିମାନଟି ଚାଷ ଜମିରେ ପଡ଼ିଥିଲା ତେବେ ବିମାନରେ ୨ଜଣ ପାଇଲଟ ରହିଥିଲେ । ବଡ଼ କଥା ହେଉଛି ଦୁଇ ଜଣ ପାଇଲଟଙ୍କ କିଛି କ୍ଷତି ହୋଇନାହିଁ । ସୂଚନା ଅନୁସାରେ ବିମାନରେ  ଅଭ୍ୟାସ ପାଇଁ ପାଇଲଟ ପଞ୍ଜାବର ଆଦମପୁରରୁ ଆଗ୍ରା ଯାଉଥିଲେ ।