କନକ ବ୍ୟୁରୋ : ଯେବେ ଯେବେ ଉଚ୍ଚ ଆକାଶରୁ ଟାର୍ଗେଟ କରୁଥିଲା, ସେତେବେଳେ ଶତ୍ରୁଙ୍କ ଛାତିରେ ଛନକା ପଶୁଥିଲା । ଯେତେବେଳେ ଗର୍ଜନ କରି ଆକ୍ରମଣ କରୁଥିଲା, ଲୁଚିବାକୁ ବାଟ ପାଉନଥିଲେ ଶତ୍ରୁ । ଭାରତର ସୁରକ୍ଷା କବଚ ଭାବେ ନିଜର ଶତ ପ୍ରତିଶତ ଯୋଗଦାନ ପରେ ଆଜି ସେନାରୁ ବିଦାୟ ନେଇଛି ଯୁଦ୍ଧ ବିମାନ ମିଗ-୨୧- । ୬୦ ବର୍ଷ ଭିତରେ ଦେଶ ଲଢ଼ିଥିବା ଯୁଦ୍ଧ କଥା ଯେବେ ମନେ ପଡ଼ିବ, ସେତେବେଳେ ନିଶ୍ଚୟ ଉଠିବ ଏହି ଲଢୁଆ, ଶକ୍ତିଶାଳୀ ଯୁଦ୍ଧ ବିମାନ ମିଗ-୨୧ର କଥା ।
ଚଣ୍ଡିଗଡ଼ ଏୟାରବେସରେ ଆୟୋଜିତ ବିଦାୟ ସମାରୋହରେ ୩ ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ମିଗ୍-୨୧କୁ ବିଦାୟ ଦେଇଥିଲେ । ଭାରତ ରୁଷଠୁ ମିଗ୍-୨୧ ବିମାନ କିଣିବା ଆରମ୍ଭ କରିଥିଲା। ପର୍ଯ୍ୟାୟକ୍ରମେ ଭାରତୀୟ ବାୟୁସେନା ନିକଟରେ ମୋଟ ୮୭୦ ମିଗ୍-୨୧ ବିମାନ ସାମିଲ ହୋଇଥିଲା
ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୪୦୦ରୁ ଅଧିକ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦୦ରୁ ଅଧିକ ପାଇଲଟ ସହିଦ ହୋଇଛନ୍ତି । ବର୍ତ୍ତମାନ ଭାରତୀୟ ବାୟୁସେନା ଓ ନୌବାହିନୀରେ କେବଳ ୩୬ଟି ମିଗ୍ ଲଢ଼ୁଆ ବିମାନ ବାକି ଅଛି। ଏହା ବହୁ ଦଶନ୍ଧି ଧରି ଉତ୍କୃଷ୍ଟ ସେବା ପ୍ରଦାନ କରିଥିଲା।