ମିଗ୍-୨୧କୁ ଅବସର ସମ୍ୱର୍ଦ୍ଧନା Photograph: (Kanaknews)
କନକ ବ୍ୟୁରୋ: ଆଉ ଆକାଶରେ ଉଡ଼ିବନି ଭାରତୀୟ ସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ। ଭାରତୀୟ ସେନାରୁ ଅବସର ନେଇଛି ମିଗ୍-୨୧ । ୬ ଦଶକ ପରେ ଚଣ୍ଡିଗଡ଼ ଏୟାରବେସ୍ରେ ଅବସର ନେଲା ଭାରତର ଲଢୁଆ ବିମାନ ବା ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧। ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରେ ସଫଳ ହୋଇଛି। ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ୍ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ। ଚଣ୍ଡିଗଡ଼ରେ ଶେଷଥର ପାଇଁ ଉଡ଼ାଣ ଭରିଛି ମିଗ୍-୨୧।
ମିଗ୍-୨୧: ସେନା ପାଇଁ ଶେଷ ଉଡ଼ାଣ
୧୯୬୩ରେ ଭାରତୀୟ ସେନାରେ ପ୍ରବେଶ କରିଥିଲା ମିଗ୍-୨୧
ସବୁ ପ୍ରକାର ପରିସ୍ଥିତିରେ ସେନାର ସୁରକ୍ଷାକବଚ ସାଜିଛି ମିଗ୍-୨୧
କାର୍ଗିଲ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଏହି ବିମାନ
ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନର ଏଫ୍-୧୬ ଲଢ଼ୁଆ ବିମାନକୁ ନଷ୍ଟ କରିଥିଲା
ଚଣ୍ଡିଗଡ଼ରେ ଭବ୍ୟ ସମାରୋହରେ ମିଗ୍-୨୧କୁ କରାଯିବ ସେବାନିବୃତ
ଏହାକୁ ଉଡ଼ାଇଥିବା ସମସ୍ତ ପାଇଲଟ୍ଙ୍କୁ ନିମନ୍ତ୍ରଣ ଦିଆଯାଇଛି
ବାୟୁସେନାର ୧ ହଜାର ପାଇଲଟ୍ ଏହାର ସାକ୍ଷୀ ସାଜିବେ
୧୯୬୫ ଓ ୧୯୭୧ ଯୁଦ୍ଧରେ ମିଗ୍-୨୧ର ଅବଦାନକୁ ପୁଣିଥରେ ମନେ ପକାଯିବ
ଏକାସଙ୍ଗରେ ୬ଟି ମିଗ୍-୨୧ ବିମାନ ଶେଷ ଉଡ଼ାଣ ଭରିବେ
ମିଗ୍-୨୧ ସହ ତେଜସ୍ ମଧ୍ୟ ଉଡ଼ାଣ ଭରିବ
ମିଗ୍-୨୧ର ଉତ୍ତରାଧିକାରୀ ଭାବେ ସାଥୀରେ ଉଡ଼ିବ ତେଜସ୍
ଚଣ୍ଡିଗଡ଼ ଏୟାରବେସ୍କୁ ପ୍ରଥମେ ଆସିଥିଲା ମିଗ୍-୨୧, ତେଣୁ ଏଠାରେ ବିଦାୟ ଦିଆଯାଇଛି
ମିଗ୍ ଭାରତର ପ୍ରଥମ ସୁପରସୋନିକ ଲଢ଼ୁଆ ଯୁଦ୍ଧ ବିମାନ ଥିଲା
ଭାରତ ଏକାସଙ୍ଗରେ ୮୭୪ ମିଗ୍-୨୧ ବିମାନ କିଣିଥିଲା
ଅପରେସନ ସିନ୍ଦୂର ସମୟରେ ଶତ୍ରୁ ଦେଶକୁ କଡ଼ା ଜବାବ ଦେଇଥିଲା ମିଗ୍-୨୧
ଭାରତୀୟ ବାୟୁସୀମାରେ ସେନାର ସୁରକ୍ଷାକବଚ ସାଜିଥିଲା ମିଗ୍-୨୧
Follow Us