ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର: ପୁଲିସ ଗୁଳିରେ ଘାଇଲା ଏଟିଏମ୍ ଲୁଟେରା

Advertisment

ରାଜଧାନୀ ଭୁବନେଶ୍ବରରେ ରାତିଅଧରେ ଏନକାଉଣ୍ଟରରେ ଏଟିଏମ୍ ଲୁଟେରା ଘାଇଲା ହେବା ପରେ ଅଧିକ ଗୁମର ଫିଟୁଛି। ଏହି ବିହାରୀ ଅପରାଧୀ ଦୀପକ କୁମାର କିପରି ନିଜ ଗ୍ୟାଙ୍ଗ ଜରିଆରେ ଗୋଟିଏ ପରେ ଲୁଟ୍ କରିଚାଲିଥିଲା।

ରାଜଧାନୀ ଭୁବନେଶ୍ବରରେ ରାତିଅଧରେ ଏନକାଉଣ୍ଟରରେ ଏଟିଏମ୍ ଲୁଟେରା ଘାଇଲା ହେବା ପରେ ଅଧିକ ଗୁମର ଫିଟୁଛି। ଏହି ବିହାରୀ ଅପରାଧୀ ଦୀପକ କୁମାର କିପରି ନିଜ ଗ୍ୟାଙ୍ଗ ଜରିଆରେ ଗୋଟିଏ ପରେ ଲୁଟ୍ କରିଚାଲିଥିଲା।

KKQW

Photograph: (KANAK NEWS)

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ରାତିଅଧରେ ଏନକାଉଣ୍ଟରରେ ଏଟିଏମ୍ ଲୁଟେରା ଘାଇଲା ହେବା ପରେ ଅଧିକ ଗୁମର ଫିଟୁଛି। ଏହି ବିହାରୀ ଅପରାଧୀ ଦୀପକ କୁମାର କିପରି ନିଜ ଗ୍ୟାଙ୍ଗ ଜରିଆରେ ଗୋଟିଏ ପରେ ଲୁଟ୍ କରିଚାଲିଥିଲା। ବିଶେଷକରି ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ଲୋକ ଏମାନଙ୍କ ଶିକାର ପାଲଟୁଥିଲେ। ପ୍ରଥମେ ପୁରୀ, ତାପରେ ଭୁବନେଶ୍ବରରେ କଳା କାରନାମା ଆରମ୍ଭ କରିଥିଲା ଏଟିଏମ ଲୁଟେରା ଗ୍ୟାଙ୍ଗ।

ଦୀପକ କୁମାର। ଘର ବିହାରର ନୱାଜଗଡ। ଦେଖିବାକୁ ବେଶ ଭୋଲାଭାଲା ଦେଖାଯାଉଥିବା ଏହି ହାର୍ଡକୋର ବିହାର ପୁଲିସ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ। ଝାଳ ବୁହାଇ ଟଙ୍କା ରୋଜଗାର ନୁହେଁ, ବରଂ ପୁରା ଏଟିଏମ୍ ଲୁଟି ମାଲାମାଲ ହୋଇଯାଏ ଏହି ଲୁଟେରା। ବିହାରରୁ ତଡା ଖାଇବା ପରେ, ଓଡିଶା ଉପରେ ପକାଇଥିଲା ନଜର। 

କଳା ସାର୍ଟ ପିନ୍ଧା ଏହି ଲୁଟେରା ଏଟିଏମ୍ ଭିତରେ ଏକ ଅଠାର ବ୍ୟବହାର କରେ। ଯାହାଦ୍ୱାରା ଟଙ୍କା ଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କ କାର୍ଡ ସେହି ଅଠାରେ ଫସିଯାଏ। କାର୍ଡ କାଢିବାରେ ସମସ୍ୟା ଦେଖି ପାଖରେ ଜଗି ରହିଥିବା ଦୀପକର ଟିମ୍ ଟୋଲ ଫ୍ରି ନମ୍ୱରରେ କଥା ହେବାକୁ ପରାମର୍ଶ ଦେଇଥାନ୍ତି। ଯାହା ପୁର୍ବ ଯୋଜନା ମୁତାବକ ଲୁଟେରାଙ୍କ ମୋବାଇଲ୍ ନମ୍ବର ହିଁ ଲେଖା ଯାଇଥିଏ। ଆଉ ସେହି ନମ୍ୱରରେ ଥରେ କଲ୍ କଲେ, ଆକାଉଁଟରେ ଥିବା ଜୀବନ ଯାକାର କଷ୍ଟ ଉପାର୍ଜିତ ସବୁ ଟଙ୍କା ଗୋଟିଏ ଚୁଟକିରେ କଳାକନା ବୁଲାଇ ଦିଅନ୍ତି ଏହି ଲୁଟେରା ଗ୍ୟାଙ୍ଗ। ତେବେ ପୁରୀରୁ ଏହିଭଳି ଭାବେ ଲୋକଙ୍କ ଟଙ୍କା ଲୁଟ କରିବା ପରେ, ଭୁବନେଶ୍ୱରରେ ଆରମ୍ଭ କରିଥିଲେ ଅପରେସନ୍। ପୁଲିସ ସହ ମୁହାଁ ମୁହିଁ ବେଳେ, ଗୁଳି ଖାଇ ଘାଇଲା ହୋଇଛି ଏହି ବିହାରୀ ଅପରାଧୀ 

ରାସ୍ତା ଉପରେ ଛିଡା ହୋଇଛି ଅପରାଧୀଙ୍କ କାର। ଖୋକା, ବନ୍ଧୁକ ଛିନଛତ୍ର ହୋଇ ପଡିଛି। କେବଳ ଦୀପକ କୁମାର ନୁହେଁ ତାର ଦୁଇ ସହଯୋଗୀ ଦୀପକ କୁମାର ପାଣ୍ଡେ ଏବଂ ଅଭିଶେକ ସିଂକୁ ବି ପୁଲିସ ବାନ୍ଧିଛି। 

ଅଭିଯୁକ୍ତଙ୍କ ପାଖରୁ ବନ୍ଧୁକ, ଛୁରି, ଏଟିମ୍ କାର୍ଡ, ମୋବାଇଲ ଫୋନ୍ ସମେତ ଏଟିଏମ୍ ତଡ଼ା ସାମଗ୍ରୀ ଆଦି ଜବତ କରିଛି। ତେବେ ଓଡିଶା ସମେତ ଆଉ କେଉଁ ରାଜ୍ୟର କେତେ ଏଟିଏମରୁ କେତେ ଲୋକଙ୍କ ଆକାଉଁଟରୁ ଏମାନେ ଟଙ୍କା ଗାଏବ କରିଛନ୍ତି ସେନେଇ ଛାନଭିନ୍ ଆରମ୍ଭ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe