କନକ ବ୍ୟୁରୋ : ବୁଲେଟିନ୍ ଆରମ୍ଭ କରିବା ବଡ଼ ଖବରରୁ। ପୁଣି ଆସୁଛି ବର୍ଷା। ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜିଠୁ ପାଗ ପରିବର୍ତନ ହୋଇଛି । ଶୁଖିଲା ପାଗ ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ବିଭାଗ। ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି। ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ସେହିପରି ୨୬ରୁ ୨୮ ତାରିଖ ଯାଏଁ ଶୁଖିଲା ପାଗ ରହିବ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢ଼ିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପୁଣି ବର୍ଷା ଚେତାବନୀ । ପଶ୍ଚିମା ଝଡ ପ୍ରଭାବରେ ୨୪ ତାରିଖରୁ ମଧ୍ୟମ ଧରଣର ବର୍ଷା ଆଶଂକା
ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
/kanak/media/media_files/2024/12/22/zsVONHBHKiQ215MD4PlB.jpg)