donald trump Photograph: (Kanak News)
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ପରେ ଇରାନକୁ ଟାର୍ଗେଟ କରିଥିଲେ । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯୁଦ୍ଧ କରୁଥିବାବେଳେ ସମ୍ପୂର୍ଣ୍ଣ ପଶ୍ଚିମ ଏସିଆ ଅଶାନ୍ତ ହୋଇପଡ଼ିଛି । ଦୁଇ ପକ୍ଷର ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣରେ ମଧ୍ୟପ୍ରାଚ୍ୟ ଅସୁରକ୍ଷିତ ହୋଇପଡ଼ିଛି । ଏହି ମହାଯୁଦ୍ଧର ଭୟାବହତା ସାରା ବିଶ୍ବକୁ ତୈଳ ସଙ୍କଟ ଭିତରକୁ ଠେଲି ଦେଇଥିବାବେଳେ ଟ୍ରମ୍ପ ତାଙ୍କ ଆଗାମୀ ଟାର୍ଗେଟ ସମ୍ପର୍କରେ ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ତାଙ୍କ ପ୍ରଶାସନ ପ୍ରଥମେ ଇରାନ ବିରୋଧରେ ଯୁଦ୍ଧ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଏହାପରେ ତାଙ୍କ ଧ୍ୟାନ କ୍ୟୁବା ଆଡ଼େ ଯିବ । ତାଙ୍କ ବିଦେଶ ନୀତି ଇରାନ ସହିତ ଯୁଦ୍ଧ ଶେଷ ପରେ କ୍ୟୁବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଅନୁମତି ଦେବ।
ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍ରେ କ୍ୟୁବା!
ଅଧିକ ପଢନ୍ତୁ : ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ
ଆମେରିକା ବର୍ତ୍ତମାନ ଇରାନ ସମସ୍ୟାର ସମାଧାନକୁ ସର୍ବାଧିକ ପ୍ରାଥମିକତା ଦେଉଛି
ଇରାନ ପ୍ରସଙ୍ଗ ଶେଷ ହେବା ମାତ୍ରେ ଆମେରିକାର ସମସ୍ତ ନଜର କ୍ୟୁବା ଉପରେ ରହିବ
କ୍ୟୁବା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ଟ୍ରମ୍ପଙ୍କ ସଙ୍କେତ
ବହୁ ଦଶନ୍ଧି ଧରି କ୍ୟୁବା ସହିତ ଥିବା ବିବାଦର ଏକ ନିର୍ଣ୍ଣାୟକ ମୋଡ଼ ଆସିବାକୁ ଯାଉଛି
ଆମେରିକାର ଜାତୀୟ ସୁରକ୍ଷା ପାଇଁ କ୍ୟୁବାର କିଛି ନୀତି ବିପଦ ସଦୃଶ
ଆମେରିକା ନିଜ ପଡ଼ୋଶୀ ଅଞ୍ଚଳରେ କୌଣସି ପ୍ରକାର ଅସ୍ଥିରତାକୁ ପ୍ରଶ୍ରୟ ଦେବ ନାହିଁ :ଟ୍ରମ୍ପ
କ୍ୟୁବା ଶାସନକୁ ନିଜର ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ, ନଚେତ୍ ପରିଣାମ ଭୟଙ୍କର ହେବ
ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ଏବଂ ପଦକ୍ଷେପ ନେବା ପାଇଁ ଠିକ୍ ସମୟକୁ ଅପେକ୍ଷା କରିଛୁ
ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଆମେରିକା ପ୍ରତି ଥିବା ବାହ୍ୟ ବିପଦକୁ ସମୂଳେ ବିନାଶ କରିବା
Follow Us