କନକ ବ୍ୟୁରୋ : ଭାରତ ମହାସାଗରକୁ ବ୍ୟାପିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଶ୍ରୀଲଙ୍କା ନିକଟରେ ଇରାନ ନୌସେନା ଜାହାଜ ଧ୍ୱଂସ । ସାମ୍ନାକୁ ଆସିଲା ଭୟଙ୍କର ବିସ୍ଫୋରଣ ବେଳର ଛାତିଥରା ଭିଡ଼ିଓ । ଶାଖାପାଟଣାରୁ ଫେରିବା ବେଳେ ବୁଡ଼ାଜାହାଜରୁ ଆକ୍ରମଣ କରିଛି ଆମେରିକା । ଏଥିରେ ୮୦ ଜଣଙ୍କ ମୃତ୍ୟୁ ଘଟିଛି । ୩୨ ଗୁରୁତର ହୋଇଛନ୍ତି । ଆହୁରି ଅନେକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ।

Advertisment

ଅଧିକ ପଢନ୍ତୁ : ଯୁଦ୍ଧରେ ଆମେରିକାକୁ ବଡ଼ କ୍ଷତି ;୬୫୦ରୁ ଅଧିକ ଆମେରିକୀୟ ସୈନ୍ୟ ମୃତ !

 ଏଭଳି ଭାବେ ବୁଡ଼ାଜାହାଜରୁ ଟର୍ପିଡୋ ମାଡ଼ରେ ଧ୍ୱଂସ ହୋଇଛି ଇରାନର ନୌସେନା ଯୁଦ୍ଧ ଜାହାଜ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ସମରାଭ୍ୟାସ ମିଲନ ସରିବା ପରେ, ଇରାନକୁ ଫେରୁଥିଲା ଏହି ଜାହାଜ । ତେବେ ଆଜି ସକାଳେ ଶ୍ରୀଲଙ୍କାର ଦକ୍ଷିଣକୁ ଏକ ବୁଡ଼ାଜାହାଜରୁ ଆକ୍ରମଣ ହୋଇଛି । ଏଥିରେ ଶତାଧିକ ମୃତାହତ ହୋଇଥିବା ବେଳେ, ଆମେରିକା ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସ୍ପଷ୍ଟ ହୋଇଛି । ନିଖୋଜଙ୍କୁ ଠାବ ପାଇଁ ଅଭିଯାନ ଜାରି ରହିଛି ଶ୍ରୀଲଙ୍କା ନୌସେନା ।