କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି ଭାରତର ଯୋଗାଣ ଶୃଙ୍ଖଳ । ଯୁଦ୍ଧ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଚାଲେ ତେବେ ଭାରତରେ କୃଷି, ନିର୍ମାଣ, ଉଦ୍ୟୋଗ, ଶକ୍ତି ଏବଂ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡ଼ିପାରେ । ଏଥିସହ ନିତ୍ୟ ବ୍ୟବହାର ସାମଗ୍ରୀ ଦର ମଧ୍ୟ ଅହେତୁକ ଭାବେ ବଢ଼ିପାରେ ବୋଲି ଆକଳନ କରାଯାଉଛି । ଖାସ୍ କରି ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଏବଂ ପର୍ସିୟନ୍ ଗଲ୍ଫ ଦେଇ ଯୋଗାଣ ଚେନ୍ ପ୍ରଭାବିତ ହୋଇଛି । ଯୁଦ୍ଧ ପାଇଁ ପ୍ରମୁଖ ସିପିଂ କଂପାନିମାନେ ବୁକିଂ ବନ୍ଦ କରିଦେଇଛନ୍ତି । ଫଳରେ ଭାରତର ପଶ୍ଚିମ ତଟରେ ଅନେକ ପୋର୍ଟରେ ମାଲବାହୀ ଜାହାଜ ଫସି ରହିଛି ।
ସେପଟେ ଏଲ୍ପିଜି ଦର ୬୦ ଟଙ୍କା ବଢ଼ିଲା, ବାଣିଜ୍ୟିକ ଏଲ୍ପିଜି ୧୧୫ ଟଙ୍କା ହେଲା ମହଙ୍ଗା । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବର ଭାରତର ଏଲ୍ପିଜି ଗ୍ରାହକଙ୍କ ଉପରେ ପଡ଼ିଛି । ୧୪.୨ କିଗ୍ରା ବିଶିଷ୍ଟ ଏଲ୍ପିଜି ଦର ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଥିବାବେଳେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ୍ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ିଛି । ଏହା ଫଳରେ ଦିଲ୍ଲୀରେ ଘରୋଇ ଏଲ୍ପିଜି ଦର ୮୫୩ ଟଙ୍କା ପରିବର୍ତ୍ତେ ୯୧୩ ଟଙ୍କା ହୋଇଛି । ସେହିଭଳି ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ଦର ୧୭୬୮.୫୦ ପଇସାରୁ ବୃଦ୍ଧି ପାଇ ୧୮୮୩ ଟଙ୍କାରେ ପହଞ୍ଚିଛି ।
ଅଧିକ ପଢନ୍ତୁ : ୧୨ ମାର୍ଚ୍ଚରେ ଶେଷ ହେବ ଇରାନ-ଇସ୍ରାଏଲ ଯୁଦ୍ଧ!:ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଚର୍ଚ୍ଚା ଆରମ୍ଭ
ମାର୍ଚ୍ଚ ୭ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ନେଇ ଏକ ସୂତ୍ରରୁ ଜଣାଯାଇଛି । ସେପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍ପିଜି ଅଭାବ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/war-update-2026-03-07-11-16-01.jpeg)