କନକ ବ୍ୟୁରୋ : ବର୍ଷା ଦିନରେ ପଡ଼ିଛି କହୁଡ଼ି , ସେ ପୁଣି ଦିନ ୧୨ଟାରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳର ଟେନ୍ସା ସହରର ଏ ଦୃଶ୍ୟ ନଦେଖିଲେ ବିଶ୍ବାସ କରିହେବ ନାହିଁ । ବର୍ଷା ଦିନ ଅପରାହ୍ନ ସମୟରେ ଏମିତି ଘନ କୁହୁଡ଼ି ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଯେମିତି ପ୍ରକୃତି କୋଳରେ ଅବସ୍ଥାପିତ ହୋଇଛି ଟେନ୍ସା ସହର । ସିମ୍ଲା, ଦାର୍ଜିଲିଂ, ମନାଲି ଭଳି ଏଠି ଅନୁଭୂତ ହେଉଛି । କାହିଁ କେଉଁ କାଳରୁ ଏଠାରେ ଦିନ ରାତି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥାଏ ।
ରାଜ୍ୟ ଏପରିକି ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଏଠାକୁ ଆସି ପ୍ରକୃତିକୁ ଉପଭୋଗ କରିଥାନ୍ତି । ସେଥିପାଇଁ ରହିଛି ପ୍ରକୃତି ନିବାସ ପର୍ଯ୍ୟଟନ ସ୍ଥଳୀ । ତେବେ ଦିନ ୧୨ଟାରେ ଏମିତି ଘନ କୁହୁଡ଼ି ଟେନ୍ସା ସହରରେ ହୋଇଛି, ଯାହା ରାତିର ଭ୍ରମ ସୃଷ୍ଟି କରିଛି । ପ୍ରବଳ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍ ରହିଛି । ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।