ମଝି ଆକାଶରେ ଆତଙ୍କ, ପକ୍ଷୀ ମାଡ଼ ପରେ ଭାଙ୍ଗିଲା ବିମାନର ମୁଖଭାଗ, ସୁରକ୍ଷିତ ଅବତରଣ କଲେ ପାଇଲଟ୍

ତେବେ ଦୁର୍ଘଟଣା ସମୟରେ ବିମାନ ଭିତରର ଭୟାବହ ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯାତ୍ରୀ । ଦୁର୍ଘଟଣାର ଶିକାର ହେବା ପରେ ବିମାନର ସମ୍ମୁଖ ଭାଗ ଭାଙ୍ଗିଥିଲା  ଓ ଏହା ପରେ ଧୂଆଁମୟ ହୋଇଥିଲା ।

42

କନକ ବ୍ୟୁରୋ :  ମଝି ଆକାଶରେ ଆତଙ୍କ । ପକ୍ଷୀ ସହ ମାଡ ହେବା ପରେ ନିୟନ୍ତ୍ରଣ ହରାଇଲା ବିମାନ କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଜରୁରୀ ଅବତରଣ କରିଥିଲେ ପାଇଲଟ । ପକ୍ଷୀ ମାଡରେ ବିମାନର ସମ୍ମୁଖୀନ ଭାଗ ଭାଙ୍ଗିବା ସହ ଜରୁରୀ ଅବତରଣ କରାଯାଇଥିଲା । ତେବେ ଦୁର୍ଘଟଣା ସମୟରେ ବିମାନ ଭିତରର ଭୟାବହ ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯାତ୍ରୀ । ଦୁର୍ଘଟଣାର ଶିକାର ହେବା ପରେ ବିମାନର ସମ୍ମୁଖ ଭାଗ ଭାଙ୍ଗିଥିଲା  ଓ ଏହା ପରେ ଧୂଆଁମୟ ହୋଇଥିଲା । ମୁହଁରେ ମାସ୍କ ଲଗାଇବା ଜୀବନ-ମରଣ ସହ କିଛି ମିନିଟ ଧରି ସଂଘର୍ଷ କରିଥିଲେ ଯାତ୍ରୀ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାଡ୍ରିଟରୁ ପ୍ୟାରିସ ଉଡାଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe