କନକ ବ୍ୟୁରୋ : ମଝି ଆକାଶରେ ଆତଙ୍କ । ପକ୍ଷୀ ସହ ମାଡ ହେବା ପରେ ନିୟନ୍ତ୍ରଣ ହରାଇଲା ବିମାନ କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଜରୁରୀ ଅବତରଣ କରିଥିଲେ ପାଇଲଟ । ପକ୍ଷୀ ମାଡରେ ବିମାନର ସମ୍ମୁଖୀନ ଭାଗ ଭାଙ୍ଗିବା ସହ ଜରୁରୀ ଅବତରଣ କରାଯାଇଥିଲା । ତେବେ ଦୁର୍ଘଟଣା ସମୟରେ ବିମାନ ଭିତରର ଭୟାବହ ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯାତ୍ରୀ । ଦୁର୍ଘଟଣାର ଶିକାର ହେବା ପରେ ବିମାନର ସମ୍ମୁଖ ଭାଗ ଭାଙ୍ଗିଥିଲା ଓ ଏହା ପରେ ଧୂଆଁମୟ ହୋଇଥିଲା । ମୁହଁରେ ମାସ୍କ ଲଗାଇବା ଜୀବନ-ମରଣ ସହ କିଛି ମିନିଟ ଧରି ସଂଘର୍ଷ କରିଥିଲେ ଯାତ୍ରୀ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାଡ୍ରିଟରୁ ପ୍ୟାରିସ ଉଡାଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
ମଝି ଆକାଶରେ ଆତଙ୍କ, ପକ୍ଷୀ ମାଡ଼ ପରେ ଭାଙ୍ଗିଲା ବିମାନର ମୁଖଭାଗ, ସୁରକ୍ଷିତ ଅବତରଣ କଲେ ପାଇଲଟ୍
ତେବେ ଦୁର୍ଘଟଣା ସମୟରେ ବିମାନ ଭିତରର ଭୟାବହ ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯାତ୍ରୀ । ଦୁର୍ଘଟଣାର ଶିକାର ହେବା ପରେ ବିମାନର ସମ୍ମୁଖ ଭାଗ ଭାଙ୍ଗିଥିଲା ଓ ଏହା ପରେ ଧୂଆଁମୟ ହୋଇଥିଲା ।
/kanak/media/media_files/2025/08/06/42-2025-08-06-20-51-21.jpg)