କନକ ବ୍ୟୁରୋ:  ବିଶ୍ୱର ପ୍ରମୁଖ ଟେକ୍ କମ୍ପାନି ମଧ୍ୟରୁ ଗୋଟିଏ ହେଉଛି  ମାଇକ୍ରୋସଫ୍ଟ ।  କମ୍ପାନି ପୁଣି ଥରେ  ଛଟେଇ ଅଭିଯାନ ଆରମ୍ଭ ହୋଇଛି । ଏକାଥରକେ ୯ ହଜାର  କର୍ମଚାରୀଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି କହିଲେ ଚଳେ ।  ୨୦୨୩ ପରେ  ଏହା  କମ୍ପାନୀର ସବୁଠାରୁ ବଡ଼ ଛଟେଇ ହେବ ।  ଏହି ବଡ଼ ଛଟେଇ ପଛର କାରଣ ସମ୍ପର୍କରେ ମାଇକ୍ରୋସଫ୍ଟ କମ୍ପାନି ତରଫରୁ ଆନୁଷ୍ଠାନିକ ଭାବରେ କୌଣସି ବିବୃତ୍ତି ପ୍ରକାଶ କରାଯାଇ ନାହିଁ।  

Advertisment

 ୨୦୨୩ ପରେ ସବୁଠୁ ବଡ଼ ଛଟେଇ 
ରିପୋର୍ଟ ଅନୁସାରେ ମାଇକ୍ରୋସଫ୍ଟ କମ୍ପାନିର  ଛଟେଇ ପର୍ଯ୍ୟାୟରେ  ୨୦୨୩ ପର ଠାରୁ  ଏହାର ସବୁଠୁ ବଡ଼ ଛଟେଇ ।  କୁହାଯାଉଛି ଯେ,  ଏହି ଛଟେଇ ମାଇକ୍ରୋସଫ୍ଟ ର ସଙ୍ଗଠନାତ୍ମକ ପରିବର୍ତ୍ତନ ପାଇଁ କରାଯାଉଛି । ବର୍ତ୍ତମାନ, ଏହି ଛଟେଇ ଦ୍ୱାରା କମ୍ପାନିର କେଉଁ ବିଭାଗ ସବୁଠାରୁ ଅଧିକ ପ୍ରଭାବିତ ହେବ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ   ରିପୋର୍ଟ କହୁଛି ଯେ କୋଡିଂ ଆସିଷ୍ଟାଣ୍ଟ ଭଳି AI ପରିଚାଳିତ ଉପକରଣଗୁଡ଼ିକର ଦ୍ରୁତ ବ୍ୟବହାର ଏହା ସହିତ ଜଡିତ କର୍ମଚାରୀମାନଙ୍କୁ ପ୍ରଭାବିତ କରିପାରେ । ମାଇକ୍ରୋସଫ୍ଟ ଏହାର କାର୍ଯ୍ୟପ୍ରଣାଳୀରେ AI କୁ ସାମିଲ କରିବା ଉପରେ ଅଧିକ ଧ୍ୟାନ ଦେଉଛି  ।

ଏହାରି ମଧ୍ୟରେ  ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି ଯେ,  ମାଇକ୍ରୋସଫ୍ଟର କିଛି ବିଭାଗରେ ଏଆଇର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଆଉ ଏହାର  ସିଧାସଳଖ ପ୍ରଭାବ ପଡିଛି ସେହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଉପରେ । ସାରା ବିଶ୍ବରେ ମାଇକ୍ରୋସଫ୍ଟ ବ୍ୟତିତ ପାଖାପାଖି ୨,୨୮,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଅଯାଇଥିଲା ।  ଚଳିତ ବର୍ଷର ଯଦି କଥା କହିବା ୨୦୨୫ ମେ’ ରେ  ମାଇକ୍ରୋସଫ୍ଟ  ପାଖାପାଖି ୬ ହଜାର  ଚାକିରି  କାଟି ଦେଇଥିଲା  ଏବଂ  ୩୦୦  କର୍ମଚାରୀଙ୍କୁ ବହିଷ୍କାର କରିଥିଲା । କମ୍ପାନୀରେ ସବୁଠାରୁ ବଡ଼ ଛଟେଇ 2023 ମସିହାରେ ଦେଖାଯାଇଥିଲା,  ସେତେବେଳେ  ୧୦,୦୦୦  କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା ।