କନକ ବ୍ୟୁରୋ: ସାରା ବିଶ୍ୱରେ ଚହଳ ପକାଇଛି ଜେଫ୍ରି ଏପଷ୍ଟାଇନ୍ ମାମଲା । ବଡ଼ ବଡ଼ ବ୍ୟକ୍ତିଙ୍କୁ ନେଇ ଚମକାଇଦେବା ଭଳି ତଥ୍ୟ ଏବେ ପଦାକୁ ଆସୁଛି । ଏପଷ୍ଟାଇନ୍ ଫାଇଲ୍ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୁଖା ଖୋଲୁଛି । ଏଥିରୁ ବାଦ୍ ପଡ଼ିନାହାନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ।
ଋଷୀୟ ମହିଙ୍କ ସହ ସମ୍ପର୍କ ରଖି ଯୌନ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଏହି ଦଲିଲ୍ ଗୁଡିକରେ ରୁଷୀୟ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଉଲ୍ଲେଖ କରାଯାଇଛି । ତଥାପି, ବିଲ୍ ଗେଟ୍ସଙ୍କ ଜଣେ ମୁଖପାତ୍ର ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମାନହାନିଜନକ ବୋଲି କହିଛନ୍ତି ।
ପ୍ରକାଶିତ ଦଲିଲ୍ରେ ୨୦୧୩ ମସିହାରେ ଏପଷ୍ଟାଇନଙ୍କ ଦ୍ୱାରା ବିଲ୍ ଗେଟ୍ସଙ୍କ ପାଖକୁ ପଠାଯାଇଥିବା ଇମେଲର ଡ୍ରାଫ୍ଟ ଏବେ ସତ ଖୋଲୁଛି । ଏହି ଇମେଲ ଗୁଡ଼ିକରେ ସ୍ପଷ୍ଟ ହୋଇଛି, ବିଲ୍ ଗେଟ୍ସଙ୍କର ଋଷିଆନ ଯୁବତୀ ମହିଳାଙ୍କ ସହିତ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ସମୟରେ ସେ ଯୌନ ସଂକ୍ରମଣ ରୋଗ(ଏସ୍ଟିଡି)ରେ ଆକ୍ରାନ୍ତ ହୋଇଥିଲେ ।
ସାଂଘାତିକ ରୋଗରେ ପୀଡ଼ିତ ହେବା ପରେ ବିଲ୍ ଗେଟ୍ସ ଆଣ୍ଟିବାୟୋଟିକ୍ ବ୍ୟବହାର କରିଥିଲେ । ବିଲ୍ ଗେଟ୍ସ ଏସବୁ ନିଜ ସ୍ତ୍ରୀଙ୍କୁ ଲୁଚାଇଥିଲେ । ଫାଇଲରେ ଦାବି ହୋଇଛି, ଗେଟ୍ସ ଏହି ଘଟଣାଗୁଡ଼ିକ ସହିତ ଜଡିତ ଇମେଲଗୁଡ଼ିକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଲ୍ ଗେଟ୍ସଙ୍କୁ ନେଇ ଏପଷ୍ଟାଇନ୍ ମେଲ୍ ଗୁଡ଼ିକୁ ପ୍ରକାଶ କରିଦେବା ପରେ ଏହାକୁ ଅସ୍ବୀକାର କରିଥିଲେ ଗେଟ୍ସ । ଏକ ପ୍ରେସ୍ ମିଟରେ ଗେଟ୍ସଙ୍କ ମୁଖପାତ୍ର କହିଛନ୍ତି, ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଅବାନ୍ତର । ଏପଷ୍ଟାଇନ୍ କେବଳ ପ୍ରତିଶୋଧ ନେବାକୁ ଚାହୁଥିଲେ । ବିଲ୍ ଗେଟ୍ସ ଏପଷ୍ଟାଇନଙ୍କ ଠାରୁ ଦୂରେଇ ଯିବା ପରେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗେଟ୍ସଙ୍କ ମୁଖପାତ୍ର ।
ପ୍ରକାଶିତ ଫାଇଲଗୁଡ଼ିକରେ ଏପଷ୍ଟାଇନ୍ ଓ ଗେଟ୍ସଙ୍କୁ ଏକାଠି ଦେଖାଉଥିବା ପୁରୁଣା ଫଟୋଗ୍ରାଫ ମଧ୍ୟ ରହିଛି । ଗେଟ୍ସ ଅତୀତରେ ଏପଷ୍ଟାଇନ୍ଙ୍କ ସହ ତାଙ୍କ ସମ୍ପର୍କ ପାଇଁ ସାର୍ବଜନୀନ ଭାବରେ ଦୁଃଖ ପ୍ରକାଶ କରିଥିଲେ । କୌଣସି ବେଆଇନ କିମ୍ବା ଅନୈତିକ ଆଚରଣରେ ଲିପ୍ତ ରହିଥିବା ନେଇ ସେ ଗେଟ୍ସ ଅସ୍ୱୀକାର କରିଛନ୍ତି । କିନ୍ତୁ ଏହି ଘଟଣାକୁ ନେଇ ଗ୍ସେଙ୍କର ଛାଡ଼ପତ୍ର ବି ହୋଇଥିଲା ।
ବିଲ୍ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ୧୯୯୪ ରୁ ୨୦୨୧ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ବିତାଇଥିଲେ । ପରେ ସେମାନଙ୍କର ଛାଡପତ୍ର ହୋଇଥିଲା । ମେଲିଣ୍ଡା କହିଥିଲେ ଯେ, ଏପଷ୍ଟାଇନ୍ଙ୍କ ସହ ବିଲ୍ଙ୍କ ଘନିଷ୍ଠତା ଛାଡପତ୍ରର ଏକ କାରଣ ଥିଲା । ତଥାପି, ସେତେବେଳେ ସେ ଏହି ଯୌନ ସଂକ୍ରମିତ ରୋଗ କିମ୍ବା ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକର କୌଣସି ସତ୍ୟତା କଥା କହିନଥିଲେ ମେଲିଣ୍ଡା ।
ଏ ଫାଇଲରେ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କ ଖୁଲାସା ହେବା ପରେ ଆମେରିକା ସରକାର ବି ଏହାକୁ ଅସ୍ବୀକାର କରିଛନ୍ତି । ଆମେରିକା ସରକାର କହିଛନ୍ତି, କେବଳ ଡକ୍ୟୁମେଣ୍ଟ କାହାର ସମ୍ପୃକ୍ତି ନେଇ ପ୍ରମାଣ ନୁହେଁ । ୨୦୧୯ ମସିହାରେ ଏପଷ୍ଟାଇନ୍ ଜେଲ୍ରେ ଆତ୍ମହତ୍ୟା କରିଥିଲେ । ଯାହା ମାମଲାକୁ ଆହୁରି ଜଟିଳ କରିଦେଇଥିଲା । ଏବେ ଏହି ଫାଇଲକୁ ସତ ଭାବେ ଗ୍ରହଣ କରିବା ଉଚିତ ନୁହେଁ ।
Follow Us