କନକ ବ୍ୟୁରୋ: ଭାରତର କ୍ରୀଡ଼ା ପରିବେଶ ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି ବିଶ୍ବର ନଂ୨୦ ମାନ୍ୟତାପ୍ରାପ୍ତ ଡେନମାର୍କର ବ୍ୟାଡମିଣ୍ଟନ ତାରକା ମିଆ ବ୍ଲିଚଫେଲଡ୍ । ସେ କହିଛନ୍ତି ଯେ ଖେଳିବା ପାଇଁ ଦିଲ୍ଲୀର ପରିବେଶକୁ ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ବୋଲି କହିଛନ୍ତି । ସେ କହିଛନ୍ତି ଯେ ବ୍ୟାଡମିଣ୍ଟନ କୋର୍ଟର ଅବସ୍ଥା ଭଲ ଥିଲେ ବି ବାହ୍ୟ ବାତାବରଣ ଖେଳାଳିମାନଙ୍କ ଉପଯୋଗୀ ନୁହେଁ । ତେବେ ତାଙ୍କର ଏହି ଅଭିଯୋଗକୁ ଅସ୍ୱୀକାର କରିଛି ଭାରତୀୟ ବ୍ୟାଡମିଣ୍ଟନ ସଂଘ । ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଖେଳିବାକୁ ଭାରତ ଆସିଥିବା ମିଆ ଗତ ବର୍ଷ ମଧ୍ୟ ସମାନ ପ୍ରଶ୍ନ ଉଠାଇଥିଲେ । ତାଙ୍କର ଚିନ୍ତାକୁ ଦେଖି ଏଥରର ପ୍ରତିଯୋଗିତା ଗତ ଥରର କେଡି ଯାଦବ ଇଣ୍ଡୋର ଷ୍ଟାଡିୟମ ବଦଳରେ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ କରାଯାଉଛି । କିନ୍ତୁ ଏଥରର ମଧ୍ୟ ସେ ସେମାନ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପ୍ରତିଯୋଗିତାର ସ୍ଥାନ ପରିବର୍ତ୍ତନ ହୋଇଛି କିନ୍ତୁ ପରିବେଶରେ କୌଣସି ଉନ୍ନତି ଆସିନାହିଁ । କୋର୍ଟର ଅବସ୍ଥା ଭଲ ଥିଲେ ବି ଏଠାକାର ବାତାବରଣ ସ୍ୱାସ୍ଥ୍ୟକର ନୁହେଁ । ଷ୍ଟାଡିୟମ ଚାରିପାଖର ବାତାବରଣ ଅପରିଷ୍କାର ଓ ପକ୍ଷୀମଳ ପଡ଼ି ରହିଛି ।
ଏହା ବି ପଢ଼ନ୍ତୁ: ରଦ୍ଦ ନୁହେଁ ବିଳମ୍ବିତ ହେଉଛି ପାକ-ଜନ୍ମିତ ଆମେରିକୀୟ ଖେଳାଳିମାନଙ୍କ ଭାରତୀୟ ଭିସା
ତାଙ୍କର ଏହି ଅଭିଯୋଗର ଜବାବରେ ଭାରତୀୟ ବ୍ୟାଡମିଣ୍ଟନ ସଂଘର ମହାସଚିବ ସଂଜୟ ମିଶ୍ରା କହିଛନ୍ତି ଯେ ମିଆ ଏହି ପ୍ରତିଯୋଗିତାର ଆୟୋଜନକୁ ନୁହେଁ ସାଧାରଣ କ୍ରୀଡ଼ା ପରିବେଶ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସଂବେଦନଶୀଳତାକୁ ନେଇ ମନ୍ତବ୍ୟ ଦେଇଛନ୍ତି ।
ଆସନ୍ତା ଅଗଷ୍ଟ ମାସରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ବିଶ୍ୱ ଚାମ୍ପିୟନସିପ୍ ଆୟୋଜନ ହେବାକୁ ଥିବାବେଳେ ଖେଳାଳିମାନଙ୍କ ଏପରି ଆପତ୍ତିକୁ ନେଇ ଚିନ୍ତା ସୃଷ୍ଟି ହୋଇଛି । ଏପରିକି ଭାରତ ୧୯୩୬ର ଅଲମ୍ପିକ୍ସ ଆୟୋଜନ କରିବାକୁ ଉଦ୍ୟମ କରୁଥିବାବେଳେ ପରିବେଶକୁ ନେଇ ଏପରି ଅଭିଯୋଗ ଭାରତର ଉଦ୍ୟମକୁ ପ୍ରଭାବିତ କରିପାରେ ।
Follow Us