accident Photograph: (kanak news)
କନକ ବ୍ୟୁରୋ : ଲାଇନ୍ଚ୍ୟୁତ ହେଲା ଏକ୍ସପ୍ରେସ୍ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ରେଳଷ୍ଟେସନ୍ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହେଲା ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍ । କୌଣସି କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ମାତ୍ର ୨୦ ଟଙ୍କା ପାଇଁ ଚାଲିଗଲା ୨ ଜୀବନ ; ପତ୍ନୀଙ୍କୁ ହତ୍ୟା କରି ଟ୍ରେନ୍ ଆଗରେ ଡେଇଁଲେ ସ୍ୱାମୀ
ଆଜି ଭୁବନେଶ୍ୱରରୁ ଏମଜିଆର-ଚେନାଇ ସେଣ୍ଟ୍ରାଲ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ କଲିକତା ଅଭିମୁଖେ ଆସୁଥିଲା । ହଠାତ କୌଣସି କାରଣରୁ ଯଖପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରାକରୁ ତିନୋଟି ବଗି ଖସି ଯାଇଥିଲା । ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି । ସେପଟେ ଖବର ପାଇ ବରିଷ୍ଠ ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
Follow Us