ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ! ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

Advertisment

ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାମାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷାର ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । ଏହି ତାଲିକାରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲା ରହିଛି ।

Updated On

ଅଦ୍ୟତନ ହୋଇଛି
rain885

କନକ ବ୍ୟୁରୋ: ବାତ୍ୟା ‘ଦାନା’ ପ୍ରଭାବରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାମାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷାର ପରିମାଣ ଅପେକ୍ଷାକୃତ ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ । ଏହି ତାଲିକାରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲା ରହିଛି । ତେବେ ସନ୍ଧ୍ୟା ପରେ ବର୍ଷା ଧୀରେଧୀରେ କମିବା ଆରମ୍ଭ କରିବ । ବାତ୍ୟା ‘ଦାନା’ ଏବେ ଉତ୍ତର-ଉତ୍ତର ଦିଗ ଦେଇ ଗତି କରୁଛି । ଭୀଷଣ ବାତ୍ୟାର ରୂପ ନେବାପରେ ଏହା ଘଣ୍ଟାକୁ ୭ କିମି ବେଗରେ ଆଗକୁ ବଢ଼ୁଛି । ଭଦ୍ରକ ଠାରୁ କିମି ଦୂର ଉତ୍ତର-ଉତ୍ତର ପୂର୍ବ ଦିଗରେ ରହିଛି ‘ଦାନା’ । ସେପଟେ ଧାମରାରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ୭୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ । ଏବେ ବାଲେଶ୍ୱର ଓ ଭଦ୍ରକ ୭୦ରୁ ୮୦ କିମି ବେଗରେ ପବନ ବହିବା ଜାରି ରହିଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଏହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe