୨୦୨୭ରେ ଓଡିଶାରେ ଆରମ୍ଭ ହେବ  ମେଟ୍ରୋ ପ୍ରକଳ୍ପ ; ଚାଲିବ ମେଟ୍ରୋ ଟ୍ରେନ୍

୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ମଧ୍ୟରେ ଚାଲିବ ୧୩ଟି ଟ୍ରେନ । ୬ ହଜାର ୨୫୬ କୋଟି ଟଙ୍କାର ଖର୍ଚ୍ଚ ଅଟକଳ । ସମୀକ୍ଷା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ।

7metro

କନକ ବ୍ୟୁରୋ:  ଖୁବଶୀଘ୍ର ଓଡ଼ିଶାରେ ସରିବ ମେଟ୍ରୋ ପ୍ରକଳ୍ପ । ୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରଥମ ୨୬ କିଲୋମିଟର ମଧ୍ୟରେ ଗଡ଼ିବ ୧୩ଟି ଟ୍ରେନ । ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ। ପ୍ରଥମ ୨୦ଟି ଷ୍ଟେସନ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟକୁ ନେଇ ତିଆରି ହେବ । ଏଥିପାଇଁ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି ।

ନଭେମ୍ବର ୨୦୨୩ରୁ ଆଜି ସୁଦ୍ଧା ୪୬୦ କୋଟି ଖର୍ଚ୍ଚ ସରିଛି । ଅକ୍ଟୋବରରେ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଦେଇଛନ୍ତି । ମାର୍ଚ୍ଚ ୩୧ ୨୦୨୫ ସୁଦ୍ଧା ଆଉ ୩୫୦ କୋଟି ରାଜ୍ୟ ସରକାର ଦେବେ ।  ଏହାଛଡ଼ା ୧୭ଶହ ୫୦ କୋଟି ଟଙ୍କା ୨୦୨୫ -୨୦୨୬ ଆର୍ଥିକ ବର୍ଷରେ ଦେବାପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ମେଟ୍ରୋ ପ୍ରକଳ୍ପ କାର୍ଯ୍ୟାଳୟରେ ସମୀକ୍ଷା ପରେ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe