କନକ ବ୍ୟୁରୋ: ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ । କେନ୍ଦ୍ରାପଡା ଓ ଭଦ୍ରକ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୨୩ ତାରିଖରେ ଏହା ବାତ୍ୟାରେ ପରିଣତ ହେବ । ସ୍ଥଳ ଭାଗ ଛୁଇଁବା ବେଳେ କମିଯିବ ପବନର ବେଗ । ୮୫-୧୧୦ କିମି ବେଗରେ ବହିପାରେ ପବନ । ସ୍ରୁଦ୍ରରେ ଥିବାବେଳେ ପବନର ବେଗ ଥିବ ୧୨୦ କିମି । ହେଲେ ସ୍ଥଳ ଭାଗଛୁଇଁବା ବେଳକୁ କମିଯିବ ବାତ୍ୟାର ପ୍ରକୋପ । ଆଜି ସନ୍ଧ୍ୟାରୁ ବର୍ଷା ହେବା ନେଇ ଶରତ ସାହୁଙ୍କ ଆକଳନ । ୪ଟି ଜିଲ୍ଲାରେ ଆଜିଠାରୁ ଲଗାତାର ଭାବେ ବର୍ଷିପାରେ ବର୍ଷା । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝରରେ ହେବ ବର୍ଷା । ୨୪ ତାରିଖ ଅପରାହ୍ନରୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ୮ ଜିଲ୍ଲାରେ ୨୫ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ।