କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଉମରକୋଟ ସହର , ଲୋକଙ୍କ ଘର ଭିତରେ ପାଣି ପଶିଛି । କିଛି ପାର୍କିଂ ସ୍ଥାନରେ ପାଣି ପଶିଥିବାରୁ ଗାଡି ଗୁଡିକ ପାଣିରେ ବୁଡ଼ିଯାଇଛି । ଘରର ଆସବାବପତ୍ର ନଷ୍ଟ ହୋଇଛି । ପ୍ରବଳ ବର୍ଷା ଯୋଗୁ ଉମରକୋଟ ସହରର ଶିବାଜୀ ନଗର, ଗୁଲିପାଟଣାର ଅକ୍ସଫୋର୍ଡ଼ କଲୋନୀ, ଡିଏନକେରେ ଥିବା ତଳି ଅଞ୍ଚଳର ଘର ଭିତରେ ପାଣି ପଶିଛି । ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଉମରକୋଟ ସହରବାସୀ । ମୁନିସିପାଲିଟି ପକ୍ଷରୁ ଠିକ୍ ଭାବେ ନାଳ ଗୁଡ଼ିକ ସଫା ହେଉନଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରୁନି ।
ଅନ୍ୟପଟେ ମାଲକାନଗିରି ଜିଲ୍ଲାର ବଣ୍ତାଘାଟିରେ ମଧ୍ୟ ବର୍ଷା ବିତ୍ପାତ । ବାରମ୍ବାର ଭୂସ୍ଖଳନ ଓ ମୁଖ୍ୟରାସ୍ତାରେ ମାଟି ଧସି ଘାଇ ହେବା ବଡ଼ ବିପଦକୁ ଟାଣି ଆଣିଛି । ଯାତାୟତ ରାସ୍ତାରେ ସୃଷ୍ଟି ହୋଇଛି ଘାଇ । ଲଗାଣବର୍ଷା ଯୋଗୁଁ ରାସ୍ତାରେ ଭୂସ୍ଖଳନ ସୃଷ୍ଟି ପରେ ୪ ଚକିଆ ଯାନକୁ ବାରଣ କରିଛି ପ୍ରଶାସନ । ଖଇରପୁଟ ବ୍ଲକର ବଣ୍ତାଘାଟିକୁ ସଂଯୋଗ କରୁଥିବା ମାଙ୍କଡଝୋଲା ଝରଣାକୁ ଦେଇ ଯାଇଥିବା ମୁଖ୍ୟରାସ୍ତା ଏବେ ବିପଦପୂର୍ଣ୍ଣ । ବଣ୍ତାଘାଟିର ମୁଦୁଲିପଡ଼ା, ଅଣ୍ତାହଲ ଏବଂ ସ୍ବାଭିମାନ ଅଂଚଳର ଯନ୍ତ୍ରୀ ପଞ୍ଚାୟତର ୧୫ ହଜାରରୁ ଅଧିକ ଲୋକ ପ୍ରତିଦିନ ବଣ୍ତାଘାଟି ରାସ୍ତା ଉପରେ ଭରସା କରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/23/19-2025-09-23-17-33-52.jpg)