କନକ ବ୍ୟୁରୋ : ଏବେଠୁ ରେକର୍ଡ କଲାଣି ତାତି । ଧୀରେ ଧୀରେ ବଢୁଛି ତାତି। ୩୭ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଗତ କାଲି ସାଢେ ୨ଟା ସୁଦ୍ଧା ଝାରସୁଗୁଡା ରେ ୩୬.୨°C ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭ଡ଼ିଗ୍ରୀ ଅତିକ୍ରମ କରିଛି l
ସେହିପରି ଭୁବନେଶ୍ୱରରେ, ଗତକାଲି ଏହି ସମୟରେ ତାପମାତ୍ରା ୩୧.୬°C ଥିବା ବେଳେ ଆଜି ୩୨.୪°C ରେକର୍ଡ ହୋଇଛି । ଓଡ଼ିଶା ରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ଅବଧି ବଢିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ। ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରାଯାଇଛି ।
ଗତକାଲି ଆଜି
ଝାରସୁଗୁଡା 36.4°C 37.4°C
ସମ୍ବଲପୁର 36.2°C 36.8°C
ରାଉରକେଲା 35°C 36.4°C
ଚାନ୍ଦବାଲି 33.4°C 34.8°C
ଭୁବନେଶ୍ୱର 33.4°C 34°C
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/01/S4m2ib9nWFHOLYaJQA5H.jpg)