ଇନଷ୍ଟାଗ୍ରାମ୍ ନିଶାରେ ଛୋଟପିଲା ପଡ଼ିଛନ୍ତି କି ? ଆମେରିକା କୋର୍ଟରେ ଜୁକରବର୍ଗଙ୍କୁ ପ୍ରଶ୍ନ

Advertisment

ଏହି ଶୁଣାଣିରେ ଯାଞ୍ଚ କରାଯାଉଛି ଯେ, ମେଟାର ପ୍ଲାଟଫର୍ମଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବରେ ପିଲାମାନଙ୍କୁ ନିଶାଗ୍ରସ୍ତ କରାଉଛନ୍ତି ଓ ସେମାନଙ୍କୁ କ୍ଷତି ପହଞ୍ଚାଉଛନ୍ତି କି ନାହିଁ। ଜୁକରବର୍ଗ ଦାବି କରିଛନ୍ତି ଯେ, ମେଟା ନାବାଳକ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବାର କ୍ଷମତାକୁ ବିକଶିତ କରିଛି ।

ଏହି ଶୁଣାଣିରେ ଯାଞ୍ଚ କରାଯାଉଛି ଯେ, ମେଟାର ପ୍ଲାଟଫର୍ମଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବରେ ପିଲାମାନଙ୍କୁ ନିଶାଗ୍ରସ୍ତ କରାଉଛନ୍ତି ଓ ସେମାନଙ୍କୁ କ୍ଷତି ପହଞ୍ଚାଉଛନ୍ତି କି ନାହିଁ। ଜୁକରବର୍ଗ ଦାବି କରିଛନ୍ତି ଯେ, ମେଟା ନାବାଳକ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବାର କ୍ଷମତାକୁ ବିକଶିତ କରିଛି ।

Mark Zuckerberg

Mark Zuckerberg Photograph: (kanak news)

କନକ ବ୍ୟୁରୋ : ଇନଷ୍ଟାଗ୍ରାମ୍ ଓ ଫେସବୁକର ମୂଳ କମ୍ପାନି ମେଟାର ମାଲିକ ମାର୍କ ଜୁକରବର୍ଗଙ୍କୁ ଆମେରିକାର ଲସ୍ ଆଞ୍ଜେଲସ୍ କୋର୍ଟରେ କଡ଼ା ପ୍ରଶ୍ନ କରାଯାଇଛି। ଏହା ଏକ ଐତିହାସିକ ଶୁଣାଣି ଯେଉଁଥିରେ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ପିଲା ଓ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସେମାନଙ୍କର ପ୍ରଭାବ ବିଷୟରେ ପଚରାଯାଉଛି । ଏହି ଶୁଣାଣିରେ ଯାଞ୍ଚ କରାଯାଉଛି ଯେ, ମେଟାର ପ୍ଲାଟଫର୍ମଗୁଡ଼ିକ ଉଦ୍ଦେଶ୍ୟମୂଳକ ଭାବରେ ପିଲାମାନଙ୍କୁ ନିଶାଗ୍ରସ୍ତ କରାଉଛନ୍ତି ଓ ସେମାନଙ୍କୁ କ୍ଷତି ପହଞ୍ଚାଉଛନ୍ତି କି ନାହିଁ। ଜୁକରବର୍ଗ ଦାବି କରିଛନ୍ତି ଯେ, ମେଟା ନାବାଳକ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବାର କ୍ଷମତାକୁ ବିକଶିତ କରିଛି ।

ଜୁକରବର୍ଗ କହିଛନ୍ତି, କିଛି ବ୍ୟବହାରକାରୀ ଇନଷ୍ଟାଗ୍ରାମ୍‌ରେ ଆକାଉଣ୍ଟ ଖୋଲିବା ସମୟରେ ସେମାନଙ୍କ ବୟସ ବିଷୟରେ ମିଛ କହିଥାନ୍ତି। କମ୍ପାନି ଯେଉଁମାନଙ୍କୁ ନାବାଳକ ଭାବରେ ଚିହ୍ନଟ କରେ ସେମାନଙ୍କୁ ହଟାଇ ଦେଇଥାଏ। ବୟସ ଯାଞ୍ଚ ବିଷୟରେ ବାରମ୍ବାର ପଚରାଯିବାରୁ, ଜୁକରବର୍ଗ କହିଥିଲେ, ମୁଁ ବୁଝିପାରୁନାହିଁ ଏହା ଏତେ ଜଟିଳ କାହିଁକି । ଏହି ବିଚାର ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଛି। ଏକ ଜୁରି ନିଷ୍ପତ୍ତି ନେବେ ଯେ, ମେଟା ଓ ୟୁଟ୍ୟୁବ୍ ୨୦ ବର୍ଷୀୟ କାଲିଫର୍ନିଆ ବାସିନ୍ଦା କେଲି ଜି.ଏମ୍.ଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଦାୟୀ କି ନାହିଁ। କେଲି ପିଲାଦିନରୁ ଜଣେ ସୋସିଆଲ ମିଡିଆ ୟୁଜର। ସେ ଛଅ ​​ବର୍ଷ ବୟସରେ ୟୁଟ୍ୟୁବ୍, ନଅ ବର୍ଷ ବୟସରେ ଇନଷ୍ଟାଗ୍ରାମ୍ ଏବଂ ତା''''ପରେ ଟିକ୍ ଟକ୍ ଓ ସ୍ନାପ୍ ଚାଟ୍ ବ୍ୟବହାର କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ---ପାକିସ୍ତାନୀ କ୍ରିକେଟର୍‌ ଇମଦଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

କୋର୍ଟରେ ଜୁକରବର୍ଗଙ୍କ ସମ୍ମୁଖରେ ଏକ ଆଭ୍ୟନ୍ତରୀଣ କମ୍ପାନି ଡକ୍ୟୁମେଣ୍ଟ ଉପସ୍ଥାପିତ ହୋଇଥିଲା, ଯେଉଁଥିରେ କୁହାଯାଇତବଲା ୨୦୧୫ ମସିହାରେ, ଯେତେବେଳେ କେଲି ଇନଷ୍ଟାଗ୍ରାମ ଚଲାଇବା ଆରମ୍ଭ କରିଥିଲେ, ସେତେବେଳେ ୧୩ ବର୍ଷରୁ କମ୍ ବୟସର ଇନଷ୍ଟାଗ୍ରାମରେ ୪ ନିୟୁତ ଉପଭୋକ୍ତା ଥିଲେ। କେବଳ ଆମେରିକାରେ, ୧୦ ରୁ ୧୨ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ୩୦ ପ୍ରତିଶତ ଇନଷ୍ଟାଗ୍ରାମ୍ ବ୍ୟବହାର କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe