କନକ ବ୍ୟୁରୋ, ଆତଙ୍କୀଙ୍କ ନିକଟରୁ ମିଳିଥିବା ପୁଳା ପୁଳା ଅସ୍ତ୍ରଶସ୍ତ୍ର । ଏହାର ଚିତ୍ର ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ରହିଛି ଘାତକ ହତିଆର, ଗୁଳିଗୋଳା ବାରୁଦ, ଏକେ-47 ରାଇଫଲ ସହ ପାକିସ୍ତାନୀ ନୋଟ । ଗତକାଲି ଅପରେସନ କେଲରରେ ୩ଜଣ ଲସ୍କର ଆତଙ୍କୀଙ୍କୁ ନିପାତ କରିଥିଲା ସେନା । ଏହି ସମସ୍ତ ହତିଆରକୁ ଏମାନେ ବ୍ୟବହାର କରୁଥିଲେ । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୌଣସି ଏକ ବଡ ଆକ୍ରମଣ ପାଇଁ ଯୋଜନା କରୁଥିଲେ ୩ ଆତଙ୍କୀ ।
/kanak/media/media_files/2025/05/14/Nq33hcApQPiz2xal2FgH.png)
ତେବେ ସମୟ ଥାଉ ଥାଉ ଏମାନଙ୍କୁ ନିପାତ କରିଛି ସେନା । ତିନିଜଣ ଆତଙ୍କୀ ସୋପିଆନ ଅଞ୍ଚଳର ଓ ସେମାନଙ୍କ ବୟସ ୧୯ରୁ ୨୩ ବର୍ଷ ମଧ୍ୟରେ ରହିଥିଲା । ସୂଚନା ଅନୁସାରେ ଏହି ସବୁ ଆତଙ୍କୀମାନେ ଗତ ଦୁଇରୁ ୩ବର୍ଷ ମଧ୍ୟରେ ଲସ୍କର ଏ ତୋୟବାରେ ଯୋଗ ଦେଇଥିଲେ । ପାକିସ୍ତାନରୁ ତାଲିମ ନେଇ ଫେରିବା ପରେ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ।