କନକ ବ୍ୟୁରୋ : ଭାରତୀୟ ଫୁଟବଲ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଭାରତ ଆସିବ ଆର୍ଜେଣ୍ଟିନା ଫୁଟବଲ ଟିମ ,ଏବଂ ଦଳର ଷ୍ଟାର ଖେଳାଳି ଲିଓନେଲ ମେସି କେରଳ ଆସିବେ  । ୨୦୨୫ ରେ ଭାରତ ଆସବ ଆର୍ଜେଣ୍ଟିନା । କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ ବୁଧବାର ପ୍ରକାଶ କରିଛନ୍ତି  ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫୁଟବଲ ଦଳ ଆସନ୍ତା ବର୍ଷ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ କେରଳ ଆସିବ । ତିରୁବନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ମ୍ୟାଚ୍ ଅନୁଷ୍ଠିତ ହେବ ।  

Advertisment

ଏହି ଐତିହାସିକ ଉତ୍ସବ ଆୟୋଜନ କରିବାରେ କେରଳର ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ମନ୍ତ୍ରୀ କହିଛନ୍ତି, "ଏହି ହାଇପ୍ରୋଫାଇଲ ଫୁଟବଲ ଇଭେଣ୍ଟ ଆୟୋଜନ ପାଇଁ ସମସ୍ତ ଆର୍ଥିକ ସହାୟତା ରାଜ୍ୟର ବ୍ୟବସାୟୀମାନେ ଯୋଗାଇ ଦେବେ । ମେସିଙ୍କ ବ୍ୟତୀତ ଡେଭିଡ୍ ବେକହାମ, ପେଲେ, ଡିଏଗୋ ମାର୍ଡନ, ଅଲିଭର କାହ୍ନ, ଜିନେଦିନ ଜିଦାନ ଓ ଏମିଲିଓ ମାର୍ଟିନେଜଙ୍କ ଭଳି ଖେଳାଳି ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ମେସି ଏବଂ ଆର୍ଜେଣ୍ଟିନା ଫୁଟବଲ ଦଳ ଶେଷ ଥର ପାଇଁ ଭେନେଜୁଏଲା ବିପକ୍ଷ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଭାରତ ଗସ୍ତ କରିଥିଲେ । ୨୦୧୧ ସେପ୍ଟେମ୍ବର ୨ ତାରିଖରେ କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା ।