କନକ ବ୍ୟୁରୋ: ଆର୍ଜେଣ୍ଟିନାର ମହାନ ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସି କହିଛନ୍ତି ଯେ ଇଂରାଜୀ ଶିଖିପାରିନଥିବାରୁ ସେ ଏବେ ପଶ୍ଚାତାପ କରୁଛନ୍ତି। କାରଣ ଏଥିପାଇଁ ବିଖ୍ୟାତ ଲୋକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେ ଅଧା କଥା ବୁଝିପାରନ୍ତି ନାହିଁ।

Advertisment

ମେକ୍ସିକୋର ଏକ ପଡକାଷ୍ଟ୍‌ରେ ସେ କହିଛନ୍ତି ଯେ ଜୀବନରେ କେତେକ ବିଷୟକୁ ନେଇ ସେ ପଶ୍ଚାତାପ କରୁଛନ୍ତି। ବାଳକ ସମୟରେ ଇଂରାଜୀ ଶିକ୍ଷା କରିନଥିବା ସେଥିରୁ ଗୋଟିଏ। ସେହି ସମୟରେ ଇଂରାଜୀ ଶିକ୍ଷା କରିବାକୁ ସମୟ ଥିଲେ ବି ଶିଖିନଥିଲେ, ଏଥିପାଇଁ ଏବେ ପସ୍ତାଉଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ... ଆଫଗାନିସ୍ତାନରେ ରହି ପ୍ରଶିକ୍ଷଣ ଦେବାରେ ସମସ୍ୟା ନାହିଁ : ପାଇବସ୍‌

“ ବିଭିନ୍ନ ସମୟରେ ଅନେକ ବିଖ୍ୟାତ ଓ ଚମତ୍କାର ବ୍ୟକ୍ତିତ୍ବଙ୍କୁ ଭେଟିବାର ସୁଯୋଗ ମିଳିଛି। କିନ୍ତୁ ସେମାନଙ୍କ କଥା ହେବାବେଳେ ଅଧା କଥା ଜାଣିପାରେ ନାହିଁ। ସେତେବେଳେ ଭାବେ ମୁଁ କେତେ ବଡ଼ ମୁର୍ଖ, ମୁଁ କିପରି ମୋ ସମୟ ନଷ୍ଟ କରିଦେଇଥିଲି। ଏଣୁ ଏବେ ମୋ ପିଲାମାନଙ୍କୁ କହୁଛି ଯେ ସେମାନେ ଯେଉଁ ଶିକ୍ଷାର ସୁଯୋଗ ପାଉଛନ୍ତି ତାହାର ସୁଯୋଗ ନିଅନ୍ତୁ। ମୋ ତୁଳନାରେ ସେମାନେ ଏକ ଅଲଗା ପରିବେଶରେ ଅଛନ୍ତି, ଯଦିଓ ପିଲାବେଳେ ମୋର କିଛି ଅଭାବ ନଥିଲା ’’ ସେ କହିଛନ୍ତି।

ତେବେ ସେ କହିଛନ୍ତି ଯେ ତାଙ୍କ ପାଇଁ ଫୁଟ୍‌ବଲ୍‌ ଏକ ଜୀବନଧାରା। ଏହା ଅନେକ କଥା ଶିଖାଇଥାଏ, ଅନେକ ମୂଲ୍ୟବୋଧ ଶିଖାଏ। ଏହା ଜୀବନବ୍ୟାପୀ ବନ୍ଧନ ସୃଷ୍ଟିକରେ, ଅନେକ ସ୍ଥାନ ସଂପର୍କରେ ଜ୍ଞାନ ପ୍ରଦାନ କରେ।