କନକ ବ୍ୟୁରୋ : ମହାକାଶରୁ ଦୀପାବଳି ବାର୍ତ୍ତା । ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୃଥିବୀଠୁ ୨୬୦ ମାଇଲ ଅର୍ଥାତ୍ ୪୨୦ କିଲୋମିଟର ଦୂରରୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ସ୍ପେଶ୍ କୁଇନ୍ । ତାଙ୍କ ବାପା ତାଙ୍କୁ ଦୀପାବଳିର ପରମ୍ପରା , ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ଦେଇଥାନ୍ତି ବୋଲି ସୁନିତା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ସୁନିତା ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିଲେ । ସପ୍ତାହ ମଧ୍ୟରେ ପୁଣି ପୃଥିବୀ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା , ହେଲେ ଟେକ୍ନିକାଲ ଅସୁବିଧା ଯୋଗୁଁ ସେ ଏପର୍ଯ୍ୟନ୍ତ ଫେରିପାରିନାହାଁନ୍ତି । ଆଶା କରାଯାଉଛି ସେ ବହୁତ ଶିଘ୍ର ପୃଥିବୀ ଫେରିବେ ।
ମହାକାଶରୁ ବାର୍ତ୍ତା ; ସ୍ପେଶ୍ କୁଇନଙ୍କ ଦୀପାବଳି ଶୁଭେଚ୍ଛା
ମହାକାଶରୁ ଦୀପାବଳି ବାର୍ତ୍ତା । ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟିମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୃଥିବୀଠୁ ୨୬୦ ମାଇଲ ଅର୍ଥାତ୍ ୪୨୦ କିଲୋମିଟର ଦୂରରୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।