କନକ ବ୍ୟୁରୋ: ଆକାଶରେ ବିରଳ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ରାତି ୯ଟା ୫୭ ମିନିଟରୁ ଆରମ୍ଭ ହୋଇଛି ମହାଜାଗତିକ ଦୃଶ୍ୟ । ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣକୁ ଖୋଲା ଆଖିରେ ଦେଖୁଛନ୍ତି ଲୋକେ । ରାତି ଗୋଟାଏ ୨୭ ମିନିଟ ଅର୍ଥାତ୍ ସାଢ଼େ ତିନିଘଣ୍ଟା ପରେ ସର୍ବମୋକ୍ଷ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଇଛି । ଚନ୍ଦ୍ରଗ୍ରହଣ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଚଳିତବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ଯାହା କି ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡ଼ିଛି  । 

Advertisment

ରାତି ୯ଟା ୫୭ ମିନିଟ୍ ୨୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ 
ରାତି ୧ଟା ୨୭ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ଶେଷ 
୩ ଘଣ୍ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ
୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ହୋଇଛି

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ । ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସଂପନ୍ନ ହୋଇଛି । ପୁରୀ ଶ୍ରୀମନ୍ଦିରରେ ହୋଇଛି ଇନ୍ଦୁ ପୂର୍ଣ୍ଣିମା ନୀତି । ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ଓ ଅନ୍ୟ ନୀତିକାନ୍ତି କରାଯିବ ।