ଜୀବନ ଫେରି ପାଇବ ଦୟା : ରାଜଦଳ କବଳରୁ ମୁକୁଳିବ ନଦୀ

ରାଜଦଳ ଲୋକଙ୍କ ଜୀବିକା ଉପରେ କୁପ୍ରଭାବ ପକାଉଛି  ।  ପୋଖରୀ ବା ଗାାଡ଼ିଆରେ ଦଳ ମାଡ଼ିଗଲେ ପାଣିର ମାନ ଖରାପ ହେବା  ସହ ଜଳଜୀବଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ପୁରୀ ଜିଲ୍ଲାର କଣାସରେ ବହୁଥିବା ଦୟାରେ ବଡ଼ ସମସ୍ୟା ପାଲଟିଛି ରାଜଦଳ । ମାଛ ଧରିବା ଓ ଡଙ୍ଗା ଚଳାଇବାରେ ବାଧକ ସାଜିଛି। ଫଳରେ ମତ୍ସ୍ୟଜୀବୀଙ୍କ ଆୟ କମୁଛି। 

25

Photograph: (KANAKNEWS)

କନକବ୍ୟୁରୋ : ରାଜଦଳ ଲୋକଙ୍କ ଜୀବିକା ଉପରେ କୁପ୍ରଭାବ ପକାଉଛି  ।  ପୋଖରୀ ବା ଗାାଡ଼ିଆରେ ଦଳ ମାଡ଼ିଗଲେ ପାଣିର ମାନ ଖରାପ ହେବା  ସହ ଜଳଜୀବଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ପୁରୀ ଜିଲ୍ଲାର କଣାସରେ ବହୁଥିବା ଦୟାରେ ବଡ଼ ସମସ୍ୟା ପାଲଟିଛି ରାଜଦଳ । ମାଛ ଧରିବା ଓ ଡଙ୍ଗା ଚଳାଇବାରେ ବାଧକ ସାଜିଛି। ଫଳରେ ମତ୍ସ୍ୟଜୀବୀଙ୍କ ଆୟ କମୁଛି । 

ଦୟା ନଦୀ, ପୁରୀ ଜିଲ୍ଲା କଣାସର ଜୀବନରେଖା। ମତ୍ସ୍ୟଜୀବୀଙ୍କ ପେଟପାଟଣାର ମାଧ୍ୟମ ।  ସ୍ଥାନୀୟ ବାସିନ୍ଦାଙ୍କ ଜଳ ଆବଶ୍ୟକତା ପୂରଣ କରିବାର ପ୍ରଥମ ଉତ୍ସ ।  କିଛି ମାସ ହେବ ଦୟାକୁ କବଳିତ କରିଛି ରାଜଦଳ ।   ପ୍ରାୟ ୧୩ କିଲୋମିଟର ଯାଏଁ ଦଳ ଜମି ରହିଛି  ।    ଦୟାରେ ଡଙ୍ଗା ନେଇ ଚିଲିକାକୁ ଯିବା ସମ୍ଭବ ହେଉନାହିଁ। ନଈର ଦୂଷିତ ପାଣିକୁ ବ୍ୟବହାର କରିବାକୁ ଲୋକମାନେ ଡରୁଛନ୍ତି  ।  ସ୍ଥାନୀୟ ଅଞ୍ଚଳର ବନ୍ୟା ଜଳ ଓ ବର୍ଷ ଜଳ ନିଷ୍କାସନରେ ବି ସମସ୍ୟା ହେଉଛି   ।   

ବର୍ଷା ଦିନେ ଦୟା, ମକରା, ରାଜୁଆ ନଈ ଦେଇ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ଏବେ ସେଥିରେ ବାଧକ ସାଜିଛି ଦଳ  ।   ନାନା ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ଦୟାରୁ ଦଳ ସଫା କରିବା ପାଇଁ ଅଣ୍ଟାଭିଡ଼ିଛନ୍ତି ପ୍ରାଶାସନିକ ଅଧିକାରୀ ।  ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଡଙ୍ଗା ସାହାଯ୍ୟରେ ରାଜଦଳ କଢ଼ାଯାଇଛି । 

ରାଜଦଳ ମୂଳତଃ ଭାରତୀୟ ଉଦ୍ଭିଦ ନୁହେଁ, ଏହାର ଉତ୍ପତ୍ତି ବିଦେଶରେ। ଗୋରା ସରକାର ସମୟରେ ବ୍ରିଟିସରମାନେ ଏହାକୁ ଭାରତ ଆଣିଥିଲେ ବୋଲି କୁହାଯାଏ। ଏହାର ଫୁଲ ବେଶ ଆକର୍ଷଣୀୟ ହୋଇଥିବାରୁ ଘର ସଜାଇବା ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ସ୍ବାଧୀନତା ପରେ ଇଂରେଜମାନେ ଦେଶ ଛାଡ଼ି ଚାଲିଯାଇଥିଲେ ବି ରାଜଦଳ ଆମକୁ ଛାଡ଼ି ଯାଇନାହିଁ। ତେବେ ଖୁବ୍ ଶୀଘ୍ର ଦୟା ସଂପୂର୍ଣ୍ଣ ଦଳମୁକ୍ତ ହେବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe