କନକ ବ୍ୟୁରୋ :  ପାହାଡ଼ରୁ ଆସୁଥିବା ଥଣ୍ଡା ପବନ ସମତଳ ଅଞ୍ଚଳର ଲୋକଙ୍କୁ ଥରାଇ ଦେଉଛି। ରାଜସ୍ଥାନ ଓ ଦିଲ୍ଲୀରେ ଶନିବାର ଏହି ଋତୁରେ ସବୁଠାରୁ ଥଣ୍ଡା ରେକର୍ଡ କରାଯାଇଛି। ରାଜସ୍ଥାନ ସିକରର ଫତେପୁରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୩.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହି କାରଣରୁ ଅନେକ ସ୍ଥାନରେ ଯାନବାହନ ଉପରେ ବରଫ ଜମା ହୋଇଥିଲା। 

Advertisment

ଅଧିକ ପଢ଼ନ୍ତୁ : ଥରୁଛି ଉତ୍ତର ଭାରତ : ପଞ୍ଜାବରେ ତାପମାତ୍ରା ୧.୧ ଡିଗ୍ରି, ଦିଲ୍ଲୀରେ ଦୁଇ ଦିନିଆ ୟେଲୋ ୱାର୍ଣ୍ଣିଂ

ଅନ୍ୟପକ୍ଷରେ ପିଥୋରାଗଡ଼ର ଆଦି କୈଳାସ ଓ ରୁଦ୍ରପ୍ରୟାଗର କେଦାରନାଥ ଧାମରେ ଶନିବାର ସର୍ବନିମ୍ନ ତାପମାତ୍ରା ମାଇନସ୍ ୨୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଆଲମୋଡ଼ା, ପିଥୋରାଗଡ଼, ଚମୋଲି, ଉତ୍ତରକାଶୀ ଓ ରୁଦ୍ରପ୍ରୟାଗରେ ନଦୀ ଓ ଜଳପ୍ରପାତ ବରଫ ହୋଇଯାଇଛି। କାଶ୍ମୀରର ସୋପିଆନରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୮.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୫.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଡାଲ ହ୍ରଦ ସମେତ ଅନେକ ହ୍ରଦରେ ପାଣି ବରଫ ହୋଇଯାଇଛି। ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୭.୮ ଡିଗ୍ରି ସେଲସିୟସ ଓ ଗୁଲମାର୍ଗରେ ଏହା ମାଇନସ୍ ୬.୮ ଡିଗ୍ରି ଥିଲା। 

ଅଧିକ ପଢ଼ନ୍ତୁ : fog in odisha : ରାଜ୍ୟରେ ବଢୁଛି ଶୀତ ଲହରୀ : ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ

ଶନିବାର ସକାଳେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହି ଶୀତ ଋତୁରେ ଏହା ସର୍ବନିମ୍ନ ତାପମାତ୍ରା। ପାଣିପାଗ ବିଭାଗର କହିବା ଅନୁସାରେ, ରବିବାର ଓ ସୋମବାର ଦିଲ୍ଲୀରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ସଂଲଗ୍ନ ପଞ୍ଜାବ ଓ ହରିୟାଣାର ୩ଟି ସହରରେ ତାପମାତ୍ରା ଶୂନ ଡିଗ୍ରି ପାଖାପାଖି ପହଞ୍ଚିଛି। ପଞ୍ଜାବର ହୋଶିଆରପୁରରେ ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ ଓ ଅମୃତସରରେ ୧.୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ହରିୟାଣାର ମହେନ୍ଦ୍ରଗଡ଼ରେ ତାପମାତ୍ରା ୧.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।