କନକ ବ୍ୟୁରୋ: ମେରା ପାନି ଉତରତା ଦେଖ୍, ମେରେ କିନାରେ ପର୍ ଘର୍ ମତ ବସା ଲେନା । ମେଁ ସମନ୍ଦର ହୁଁ, ଲୌଟକର ବାପସ୍ ଆଉଙ୍ଗାଁ । ବୋଧହୁଏ, ଖୁବ୍ କୋଚିତ୍ ରାଜନେତା ନିଜ ଭବିଷ୍ୟକୁ ନେଇ ଏମିତି କିଛି କଥା କହିପାରନ୍ତି, ଆଉ ଏମିତି କିଛି କଥାକୁ ସତ କରି ଦେଖେଇ ପାରନ୍ତି । ୨୦୧୯ର ସେ କଥା ଆଜି, ୨୦୨୪ରେ ସତ ହେଇଛି । ଆଉ ସତକୁ ସତ ସମୁଦ୍ରର ଢେଉ ଭଳି ପୁଣି ଫେରିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ।

Advertisment

mein samandar hun

  • ମେୟରରୁ ମୁଖ୍ୟମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀରୁ ଉପ-ମୁଖ୍ୟମନ୍ତ୍ରୀ
  • ଆଉ ତାପରେ ପୁଣି ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫଡନାଭିସ୍ ହେଉଛନ୍ତି, ଏମିତି ଜଣେ ରାଜନେତା । ଯିଏ ମେୟରରୁ ମୁଖ୍ୟମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚିବା ସହ, ସମୟର କାଳଚକ୍ରରେ ମୁଖ୍ୟମନ୍ତ୍ରୀରୁ ଉପ-ମୁଖ୍ୟମନ୍ତ୍ରୀ ବନିଛନ୍ତି । ଆଉ ଏବେ ପୁଣିଥରେ ଦେବେନ୍ଦ୍ର ବନିଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ।  

cm from mayor

ତେବେ ଦେବେନ୍ଦ୍ର ଫଡନାଭିସଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହେଇଥିଲା ୧୯୯୨ ମସିହାରେ । ଆଉ ଏହା ପରେ ପରେ ସେ ମାତ୍ର ୨୨ ବର୍ଷ ବୟସରେ ବନିଥିଲେ ନାଗପୁରର ମେୟର । ଥରେ ନୁହେଁ, ଦୁଇ ଦୁଇ ଥର ସେ ମେୟର ଭାବେ ନାଗପୁରରୁ ନିର୍ବାଚିତ ହେଇଥିଲେ । ସେତେବେଳେ ସେ ଥିଲେ ଭାରତର ଦ୍ୱିତୀୟ ସବୁଠୁ ଯୁବ ମେୟର । ଆଇନର ଡିଗ୍ରୀ ହାସଲ କରିଥିବା ଦେବେନ୍ଦ୍ର ଫଡନାଭିସ୍ ପିଲାଟି ଦିନରୁ ହିଁ ସଂଘ ସହ ଜଡ଼ିତ ଥିଲେ । ପ୍ରଥମେ ଏବିଭିପି, ଆଉ ପରେ ପରେ ଭାରତୀୟ ଯୁବ ମୋର୍ଚ୍ଚାର ମଧ୍ୟ ସଦସ୍ୟ ରହିସାରିଥିଲେ ଫଡନାଭିସ୍ । ଆଉ ୧୯୯୯ରେ ତାଙ୍କର ଏଣ୍ଟ୍ରି ହେଇଥିଲା ମହାରାଷ୍ଚ୍ର ବିଧାନସଭାରେ ।

RSS 1

ପଶ୍ଚିମ ନାଗପୁର ଆସନରୁ ପ୍ରଥମ କରି ନିର୍ବାଚିତ ହେଇଥିବା ଦେବେନ୍ଦ୍ର ଫଡନାଭିସ୍, ଲଗାତାର ଭାବେ ସେହି ଆସନରୁ ନିର୍ବାଚିତ ହେଇ ବିଧାନସଭାକୁ ଆସିଥିଲେ । ଆଉ ୨୦୧୪ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଥିଲେ । ତେବେ ୨୦୧୯ରେ କିନ୍ତୁ ମହାରାଷ୍ଟ୍ର ରାଜନୀତି କଡ ଲେଉଟେଇଥିଲା ।  ବିଜେପିକୁ ଧୋକା ଦେଇ, ସେତେବେଳେ ଏନସିପି ଆଉ କଂଗ୍ରେସର ହାତ ଧରିଥିଲା ଶିବସେନା । ଆଉ ଏପଟେ ଭୋରୁ ଭୋରୁ ଅଜିତ୍ ପାଓ୍ୱାରଙ୍କୁ ନେଇ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ୍ । ହେଲେ ଫଡନାଭିସଙ୍କ ଏହି ରଣନୀତି କିନ୍ତୁ ଫେଲ୍ ମାରିଥିଲା । ଚାଚା ଶରତ ପାଓ୍ୱାରଙ୍କ କଥା ମାନି ପୁଣି ବିରୋଧୀ କ୍ୟାମ୍ପକୁ ଫେରି ଯାଇଥିଲେ ଅଜିତ୍ ପାଓ୍ୱାର । ଆଉ ଶପଥ ନେବାର ୮୦ ଘଣ୍ଟା ଫରେ, ପୁଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାଭିସ୍ ।

fadnavis

ଦେବେନ୍ଦ୍ର ଫଡନାଭିସଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ ଆରମ୍ଭ ହେଇଥିଲା ଅଘାଡି ସରକାର । ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଉଦ୍ଧବ ଠାକରେ । ହେଲେ ସମୟର ଚକ୍ ଗଡିବା ସହ, ସିନ୍ଧେ ଆଉ ଅଜିତ୍ ପାଓ୍ୱାରଙ୍କୁ ନେଇ ପୁଣିଥରେ ମହାରାଷ୍ଟ୍ରରେ ଆରମ୍ଭ ହେଇଥିଲା ଏନଡିଏ ସରକାର । ଯେଉଁଥିରେ ସିନ୍ଧେ ମୁଖ୍ୟମନ୍ତ୍ରୀ ବନି ଡ୍ରାଇଭର ସିଟରେ ବସିଥିବାବେଳେ, ଉପ-ମୁଖ୍ୟମନ୍ତ୍ରୀ ବନିଥିଲେ ଦେବେନ୍ଦ୍ର ଫଡନାଭିସ୍ ।

୨୦୧୪ରୁ ୨୪ ଭିତରେ ମହାରାଷ୍ଟ୍ରରେ ରାଜନୈତିକ ଘଟଣାକ୍ରମ ବେଶ ରୋଚକ ଥିଲା । ହେଲେ ୨୦୨୪ର ମହାରାଷ୍ଟ୍ର ବିଧାନସଭା ଫଳାଫଳ କିନ୍ତୁ ବିଜେପି ପକ୍ଷରେ ଯିବା ସହ, ମେଣ୍ଟରେ ବଡ ଭାଇ ବନିଥିଲା ବିଜେପି । ଯାହା ପରେ ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ଆଉ ମହାରାଷ୍ଟ୍ରରେ ଆରମ୍ଭ ହେଇଛି ଫଡନାଭିସ୍ ସରକାର ।